ETV Bharat / state

ନାଗରିକତା ସଂଶୋଧନ ଅଧିନିୟମକୁ ନେଇ ବିଜେପିର ପ୍ରେସମିଟ୍‌

author img

By

Published : Jan 8, 2020, 3:09 AM IST

ମଙ୍ଗଳବାର ନବରଙ୍ଗପୁରର ସର୍କିଟ ହାଉସଠାରେ ଜିଲ୍ଲା ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ..

ନାଗରିକତା ସଂଶୋଧନ ଅଧିନିୟମକୁ ନେଇ ବିଜେପିର ପ୍ରେସମିଟ୍‌
ନାଗରିକତା ସଂଶୋଧନ ଅଧିନିୟମକୁ ନେଇ ବିଜେପିର ପ୍ରେସମିଟ୍‌

ନବରଙ୍ଗପୁର: ନାଗରିକତା ସଂଶୋଧନ ଅଧିନିୟମକୁ ନେଇ ବିଜେପି ପକ୍ଷରୁ ଯେଉଁ ରାଜ୍ୟ ବ୍ୟାପି ଜନଜାଗରଣ କରାଯାଉଛି ସେନେଇ ମଙ୍ଗଳବାର ନବରଙ୍ଗପୁରର ସର୍କିଟ ହାଉସଠାରେ ଜିଲ୍ଲା ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

CAAକୁ ଆଇନକୁ ନେଇ ବିଭିନ୍ନ ରାଜନୈତିକ ଦଳ ଯେଉଁ ବିଶୃଙ୍ଖଳା ସୃଷ୍ଟି କରୁଛି ତାହାକୁ ଦଳ ଘୋର ନିନ୍ଦା କରିବା ସହ ଏହାର କାର୍ଯ୍ୟକାରିତା ନେଇ ସଚେତନତା କରାଯାଇଥିଲା l ବିଜେପି ସରକାର ଏହି ନିୟମ ପାରିତ କରି ଗାନ୍ଧିଜୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ଦେଇଥିବା କହିଥିଲେ ପୂର୍ବତନ ସାଂସଦ ବଳଭଦ୍ର ମାଝୀ । ଏହାସହ ଏହି ନିୟମ ସମ୍ବିଧାନର ଧାରା 14କୁ ଉଲଙ୍ଘନ କରୁନଥିବା, ଭାରତର ସଂଖ୍ୟା ଲଘୁଙ୍କ ସହ ଏହାର ସମ୍ପର୍କ ନଥିବା ସହ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସୂଚନା ଦେଇଛି ଜିଲ୍ଲା ବିଜେପି ଦଳ ।

ସେହିଭଳି ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅବଦୁଲ ଗଫୁର ଏହି ଆଇନକୁ ସ୍ବାଗତ କରିବା ସହ ଆଫଗାନିସ୍ଥାନ, ପାକିସ୍ତାନ ଓ ବାଙ୍ଗଲାଦେଶ ଭଳି ଦେଶଙ୍କଠାରୁ ବିତାଡିତ ହୋଇଥିବା ବିଭିନ୍ନ ବ୍ୟକ୍ତିଙ୍କୁ ଭାରତରେ ନାଗରିକତା ଦେବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ ହୋଇଥିବା କହିଛନ୍ତି l

ଏହାସହ ଏଠାରେ ଭାରତର କୌଣସି ନାଗରିକକୁ ହଟାଇବାର ଆଇନରେ ନଥିବା କହିବା ସହ କଂଗ୍ରେସ ଦଳର କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ଶ୍ଳୋଗ - ନାଗରିକତା ସଂଶୋଧନ ଅଧିନିୟମ କୁ ନେଇ ବିଜେପି ର ପ୍ରେସ ମିଟ l
ରିପୋର୍ଟର - ତପନ କୁମାର ବିଶୋଇ
ସ୍ଥାନ - ନବରଙ୍ଗପୁର
--------------------------------------------------
ଆଙ୍କର - ନାଗରିକତା ସଂଶୋଧନ ଅଧିନିୟମ କୁ ନେଇ ବିଜେପି ପକ୍ଷରୁ ଯେଉଁ ରାଜ୍ୟ ବ୍ୟାପି ଜନଜାଗରଣ କରାଯାଉଛି ସେଥି ସକାଶେ ଆଜି ନବରଙ୍ଗପୁର ର ସର୍କିଟ ହାଉସ ଠାରେ ଜିଲ୍ଲା ବିଜେପି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି l ଏହି ଆଇନ କୁ ନେଇ ବିଭିନ୍ନ ରାଜନୈତିକ ଦଳ ଯେଉଁ ବିଶୃଙ୍ଖଳା ସୃଷ୍ଟି କରୁଛି ତାହାକୁ ଦଳ ଘୋର ନିନ୍ଦା କରିବା ସହ ଏହାର କାର୍ଯ୍ୟକାରିତା କୁ ସଚେତନତା କରାଯାଇଛି l ବିଜେପି ସରକାର ଏହି ନିୟମ ପାରିତ କରି ଗାନ୍ଧିଜୀ ଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ବୋଲି ପୂର୍ବତନ ସାଂସଦ ବଳଭଦ୍ର ମାଝୀ କହିଛନ୍ତି l ଏହା ସହ ଏହି ନିୟମ ସମ୍ବିଧାନ ର ଧାରା 14 କୁ ଉଲଂଘନ କରୁନଥିବା, ଭାରତ ର ସଂଖ୍ୟା ଲଘୁ ଙ୍କ ସହ ଏହାର ସମ୍ପର୍କ ନଥିବା ସହ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସୂଚନା ଦେଇଛି ଜିଲ୍ଲା ବିଜେପି ଦଳ l ସେହିଭଳି ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅବଦୁଲ ଗଫୁର ଏହି ଆଇନ କୁ ସ୍ୱାଗତ କରିବା ସହ ଆଫଗାନିସ୍ଥାନ, ପାକିସ୍ତାନ ଓ ବାଂଗଲାଦେଶ ଭଳି ଦେଶ ମାନଙ୍କ ଠାରୁ ବିତାଡିତ ହୋଇଥିବା ବିଭିନ୍ନ ବ୍ୟକ୍ତି ମାନଙ୍କୁ ଭାରତରେ ନାଗରିକତା ଦେବା ଉଧ୍ୟେଶ୍ୟ ରେ ଆଇନ ହୋଇଥିବା କହିଛନ୍ତି l ଏଠାରେ ଭାରତର କୌଣସି ନାଗରିକ କୁ ହଟାଇବାର ଆଇନ ରେ ନଥିବା କହିବା ସହ କଂଗ୍ରେସ ଦଳ ର କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି l
ବାଇଟ -1- ବଳଭଦ୍ର ମାଝୀ (ପୂର୍ବତନ ସାଂସଦ, ନବରଙ୍ଗପୁର)
ବାଇଟ -2- ଅବଦୁଲ ଗଫୁର (ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ, ନବରଙ୍ଗପୁର )Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.