ETV Bharat / state

୯ ବର୍ଷରେ ମୋଦି ସରକାର, ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

author img

By

Published : Jun 14, 2023, 8:31 PM IST

ମୋଦି ସରକାରଙ୍କର ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ନେଇ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି ବିଜେପି । ନବରଙ୍ଗପୁର ଜିଲ୍ଲାରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ଵରୀ ଓ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କ ସଫଳତା ବଖାଣିଛନ୍ତି । ଅଧିକ ପଢ଼ନ୍ତୁ

ମୋଦି ସରକାରଙ୍କ ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ନବରଙ୍ଗପୁର: କେନ୍ଦ୍ରରେ ମୋଦି ସରକାରଙ୍କର ୯ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ନେଇ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି ବିଜେପି । ଏହି କାର୍ଯ୍ୟକ୍ରମ ପାଇଁ ନବରଙ୍ଗପୁର ଜିଲ୍ଲା ଗସ୍ତରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ସ୍ଥାନୀୟ ସର୍କିଟ ହାଉସରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଗତ ୯ ବର୍ଷରେ କେନ୍ଦ୍ରରେ ମୋଦି ସରକାରଙ୍କ ସଫଳତା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି ।

ଓଡ଼ିଶାକୁ କେନ୍ଦ୍ର ସରକାର ଅନୁଦାନ ଆକାରରେ କୋଟି କୋଟି ଟଙ୍କା ଦେଉଥିଲେ ସୁଦ୍ଧା ରାଜ୍ୟ ସରକାର ଏହାକୁ ବାଟବଣା କରିବା ସହ ସଠିକ ରୂପାୟନ କରି ପାରୁନାହାନ୍ତି ଓ କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ପ୍ରଚାର କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି, "ଗତ ୯ ବର୍ଷ ହେଲା କେନ୍ଦ୍ରରେ ବିଭିନ୍ନ ଯୋଜନା ସହ ବିକାଶର ସରକାର ଚାଲିଛି । କୋରୋନା କାଳରେ ମୋଦି ସରକାର ଯେଉଁ ସେବା ଯୋଗାଇ ଦେଇଥିଲେ, ତାହା ଅନନ୍ୟ । ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅନୁଦାନ ଦେଇ ଆସୁଛନ୍ତି । ତେବେ ଏହି ଅନୁଦାନ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ହାଇଜାକ୍ କରି ନାମ ପରିବର୍ତ୍ତନ କରି ନିଜେ ଦେଉଥିବା ପ୍ରଚାର ଓ ପ୍ରସାର କରୁଛନ୍ତି । କୋଭିଡ୍ ପରଠୁ କେନ୍ଦ୍ର ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୫ କିଲୋ ଚାଉଳ ଓ ୧ କିଲୋ ଡାଲି ଯୋଗାଇ ଦେଇଥିଲେ ।" ଭାରତ ମାଳା ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ଏହା ୨୦୨୪ ମେ’ ମାସ ସୁଦ୍ଧା ସରିବ । ଏହି ଯୋଜନା ନବରଙ୍ଗପୁର ଓ କୋରାପୁଟ ପାଇଁ ବରଦାନ ସଦୃଶ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଏମ୍‌ କେୟାର୍‌ ଫଣ୍ଡ୍‌ରେ ନିର୍ମିତ PSA Oxygen Plant ପରିଦର୍ଶନ କରିଥିଲେ । ICU ତଥା ଅନ୍ୟାନ୍ୟ ଅନୁଷଙ୍ଗିକ କାର୍ଯ୍ୟ ଦେଖିବା ସହ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ନବରଙ୍ଗପୁରରେ ନିର୍ମାଣାଧୀନ ଭାରତ ମାଳା ପରିଯୋଜନା କାର୍ଯ୍ୟ ବୁଲି ଦେଖିଥିଲେ କେନ୍ଦ୍ରମନ୍ତ୍ରୀ । ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ ସହ ପରିଯୋଜନାର ପ୍ରକଳ୍ପ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଷୋୟୀଙ୍କ ସମେତ ଜିଲ୍ଲା ବିଜେପିର ନେତୃବୃନ୍ଦ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.