ନବରଙ୍ଗପୁର: ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ଜିଲ୍ଲାର ପୂର୍ବତନ ସାଂସଦ ତଥା ବିଜେପି ନେତା ବଳଭଦ୍ର ମାଝୀ । କୋଷାଗୁମୁଡା ବ୍ଲକର ବନ୍ୟାଞ୍ଚଳ ପରିଦର୍ଶନ କରିବା ସହ ସେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ ।
ଏହାସହ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଥିବା ରିଲିଫ ସାମଗ୍ରୀ ପ୍ରଭାବିତ ଲୋକଙ୍କ ନିକଟରେ ଠିକ୍ରେ ପହଁଚୁଛି ନା ନାହିଁ ତାହାର ତଦାରଖ କରିଥିଲେ । ପ୍ରଭାବିତ ଲୋକଙ୍କ ସମସ୍ୟା ଗୁଡିକ ସମ୍ପର୍କରେ ଜିଲ୍ଲାପ୍ରଶାସନ ସହିତ ଆଲୋଚନା କରି ତାହାର ସମାଧାନ ନେଇ ପଦକ୍ଷେପ ନେବା ନେଇ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ।
ବଳଭଦ୍ର ମାଝୀଙ୍କ ସହ ନବରଙ୍ଗପୁର ବିଧାନସଭା କ୍ଷେତ୍ରର ବିଜେପି ବିଧାୟକ ପ୍ରାର୍ଥୀ ଥିବା ଗୌରୀ ମାଝୀ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଥିଲେ । ସେ ମଧ୍ୟ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହେବାସହ ସମସ୍ୟା ଗୁଡିକର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ