ETV Bharat / state

PMAY ଯୋଜନାରେ ଚଞ୍ଚକତା ଅଭିଯୋଗ, ବିଜେପିର ବିକ୍ଷୋଭ - PMAY ଯୋଜନାରେ ଗଡବଡ

ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜେଡି ଚଞ୍ଚକତା କରି ବିଜୁ ପକ୍କାଘର ବୋଲି କହି, ଘର ଗୁଡିକରେ ଷ୍ଟିକର ମାରୁଥିବା ଅଭିଯୋଗ କରି ସଦର ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି l ଅଧିକ ପଢନ୍ତୁ...

PMAY ଯୋଜନାରେ ଗଡବଡ ଅଭିଯୋଗ ଆଣିଛି ବିଜେପି
PMAY ଯୋଜନାରେ ଗଡବଡ ଅଭିଯୋଗ ଆଣିଛି ବିଜେପି
author img

By

Published : Dec 29, 2020, 8:24 AM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜେଡି ଚଞ୍ଚକତା କରି ବିଜୁ ପକ୍କାଘର ବୋଲି କହି, ଘର ଗୁଡିକରେ ଷ୍ଟିକର ମାରୁଥିବା ଅଭିଯୋଗ କରି ସଦର ନବରଙ୍ଗପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି l

PMAY ଯୋଜନାରେ ଗଡବଡ ଅଭିଯୋଗ ଆଣିଛି ବିଜେପି

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀଙ୍କ ଅଧ୍ୟକ୍ଷତାରେ ନବରଙ୍ଗପୁର ଜିଲ୍ଲାର ବିଜେପି କର୍ମୀ ମାନଙ୍କୁ ନେଇ ବିଜେଡି ସରକାର ବିରୋଧରେ ସ୍ଲୋଗାନ ଦେଇ ନବରଙ୍ଗପୁର ବ୍ଲକ ପରିସରକୁ ଯାଇଥିଲେ l ସେମାନେ ବିଜେଡି କରିଥିବା ଚଞ୍ଚକତା ବିରୋଧରେ ପ୍ରତିବାଦ କରି ନବରଙ୍ଗପୁର ବିଡ଼ିଓଙ୍କ ସମ୍ମୁଖରେ ଉକ୍ତ ଷ୍ଟିକର ଗୁଡିକ ଚିରିବା ସହିତ ନିଆଁ ଲଗାଇଥିଲେ ।

ଏଥିସହ ବ୍ଲକ ପ୍ରଶାସନକୁ ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ଚେତାବନୀ ଦେବା ସହ ଯଦି ପ୍ରଶାସନ ସେଭଳି କାର୍ଯ୍ୟ କରନ୍ତି ତାହେଲେ ତାହାର ବିରୋଧ ଜିଲ୍ଲା ବିଜେପି କରିବ ବୋଲି ଧମକ ଦେଇଛନ୍ତି l ଅନ୍ୟପଟେ ଏହି ଘଟଣାକୁ ନେଇ ସାରା ରାଜ୍ୟର ସମସ୍ତ 314 ବ୍ଲକରେ ଆଜି ପ୍ରତିବାଦ କରୁଛି ବିଜେପି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.