ETV Bharat / state

ପ୍ରତିଶୃତି ରଖିଲେନି ସିଡିଏମଓ, ରାଗରେ ତାଲା ପକାଇଲେ ଲୋକେ

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଅପ୍ରୀତିକର ପରିସ୍ଥିତି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତାଲା ପକାଇଲେ ଭାରତ ବିକାଶ ପରିଷଦ କର୍ମୀ । ଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jul 25, 2019, 5:41 PM IST

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସାଳୟରେ ଅବହେଳା କରାଯାଉଥିବା ପ୍ରତିବାଦ ତଥା ସବୁ ଜାଣି ସମସ୍ୟା ସମାଧାନ କରୁ ନଥିବା ଅଭିଯୋଗରେ ସିଡିଏମଓଙ୍କୁ ତାଲା ପକାଇଲେ ଭାରତ ବିକାଶ ପରିଷଦ କର୍ମୀ । ଫଳରେ ଘଟଣା ସ୍ଥଳରେ କିଛି ସମୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ନବରଙ୍ଗପୁର ଥାନା ଅଧିକାରୀ ମେଡିକାଲରେ ପହଞ୍ଚି ବୁଝାସୁଝା କରିବା ପରେ ତାଲା ଖୋଲିଥିଲେ କର୍ମୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଭାରତ ବିକାଶ ପରିଷଦ କର୍ମୀଙ୍କ ଅଭିଯୋଗ ଅନୁଯାୟୀ, ମେଡିକାଲରେ ରୋଗୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ କରି କର୍ମୀ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ 8 ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ପରେ ସମସ୍ୟାର ସମାଧାନ ପାଇଁ ସିଡିଏମଓ ପ୍ରତିଶୃତି ଦେଇଥିଲେ । ତେବେ ଆଜି ରୋଗୀଙ୍କୁ ସମ୍ପର୍କୀୟଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଥିଲେ । ପ୍ରଥମେ ରାଜି ହୋଇ ପରେ ଅରାଜି ହେବାରୁ ଉତ୍ୟକ୍ତ ଲୋକେ ସିଡିଏମଓଙ୍କୁ ତାଲା ପକାଇଦେଇଥିଲେ ।

ପରେ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ରାଉରକେଲା- ବୁଧୁବାର ରାତିରେ ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ଶିଉଡି ନିକଟରେ ପୋଲିସ୍ ଅପରାଧୀ ମଧ୍ୟରେ ଗୁଳି ବିନିମୟରେ ଜଣେ ଭେଟେରାନ ଅପରାଧୀ ଆହତ ହୋଇଛି । ଅପରାଧୀ ର ଜଙ୍ଘରେ ଗୁଳି ବାଜିଛି । ଆହତ ଅପରାଧୀ ସୁନୀଲ ମାଝୀ କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲ କୁ ନିଆଯାଇଥିଲା । Body:
ଅବସ୍ଥା ଗୁରୁତର ହେବାରୁ ଆହତ ଅପରାଧୀ ସୁନୀଲ ମାଝୀ କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସୁନୀଲ ନାମରେ ହତ୍ୟା , ଡକାୟତି ଭଳି 15 ଟି ସଙ୍ଗିନ ମାମଲା ଜିଲ୍ଲାରେ ବିଭିନ୍ନ ଥାନାରେ ରହିଛି। ସୁନୀଲ ଠାରୁ ଗୋଟିଏ ପିସ୍ତଲ ମଧ୍ୟ ଜବତ ହୋଇଛି ।
Conclusion:ବହୁତ ଦିନ ଧରି ସୁନୀଲ କୁ ଧରିବା ପାଇଁ ପୋଲିସ ଉଦ୍ୟମ କରିଥିଲେ। କିନ୍ତୁ କାଲି ଖବର ପାଇ ପୋଲିସ ତାକୁ ଧରିବା ପାଇଁ ଯାଇଥିବା ସମୟ ରେ ଗୁଳି ବିନିମୟ ହୋଇ ଥିଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.