ETV Bharat / state

ଘଞ୍ଚ ଜଙ୍ଗଲରେ ଭାଲୁଙ୍କ ଫୁଟବଲ ଖେଳ, ଦେଖନ୍ତୁ ମଜାଦାର ଭିଡିଓ

ଆନନ୍ଦ ଉଲ୍ଲାସର ସହ ଜଙ୍ଗଲ ମଧ୍ୟରେ ଭାଲୁ ଖେଳୁଛନ୍ତି ଫୁଟବଲ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ...

ଘଞ୍ଚ ଜଙ୍ଗଲରେ ଭାଲୁଙ୍କ ଫୁଟବଲ ଖେଳ, ଦେଖନ୍ତୁ ମଜାଦାର ଭିଡିଓ
ଘଞ୍ଚ ଜଙ୍ଗଲରେ ଭାଲୁଙ୍କ ଫୁଟବଲ ଖେଳ, ଦେଖନ୍ତୁ ମଜାଦାର ଭିଡିଓ
author img

By

Published : Sep 12, 2021, 9:22 PM IST

ନବରଙ୍ଗପୁର: ଭାଲୁ ଖେଳୁଛି ଫୁଟବଲ । ଜଙ୍ଗଲ ମଧ୍ୟରେ ଆନନ୍ଦ ଉଲ୍ଲାସର ସହ ଫୁଟବଲ ଖେଳୁଛନ୍ତି 2 ଭାଲୁ । ଏଭଳି ଏକ ଦୁର୍ଲଭ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ସୁଖି ଗାଁରେ ।

ଘଞ୍ଚ ଜଙ୍ଗଲରେ ଭାଲୁଙ୍କ ଫୁଟବଲ ଖେଳ, ଦେଖନ୍ତୁ ମଜାଦାର ଭିଡିଓ

ସୂଚନାନୁସାରେ ଉମରକୋଟ ବ୍ଲକ୍ ସୁଖି ଗାଁର କିଛି ଯୁବକ ପ୍ରତିଦିନ ଭଳି ଶନିବାର ଅପରାହ୍ନରେ ନିଜ ଗ୍ରାମ ନିକଟ ଖେଳ ପଡିଆରେ ଫୁଟବଲ୍ ଖେଳୁଥିଲେ । ଆଉ ଠିକ୍ ସେହି ସମୟରେ ଖେଳ ପଡିଆକୁ ଲାଗି ରହିଥିବା ଜଙ୍ଗଲରୁ ଦୁଇ ଗୋଟି ଭାଲୁ ଖେଳ ପଡିଆ ମଧ୍ୟକୁ ଚାଲି ଆସିଥିଲେ । ଆଉ ଘଟଣାସ୍ଥଳରେ ଭାଲୁ ଦୁଇଟିକୁ ଦେଖି ଯୁବକମାନେ ବଲ୍ ଛାଡି ଭୟରେ ଦୌଡିବାକୁ ଲାଗିଲେ ।

ତେବେ ଯୁବକମାନେ ଖେଳ ପଡିଆ ଛାଡିବାର କିଛି ସମୟ ମଧ୍ୟରେ ଫୁଟବଲ୍ ଖେଳରେ ମସଗୁଲ ହୋଇଥିଲେ ଦୁଇ ଭାଲୁ । ତେବେ ଏହି ଖେଳର ଦୃଶ୍ୟକୁ ଅତି ସାହସିକତାର ସହ ନିଜ କ୍ୟାମେରାରେ କଏଦ କରିଛନ୍ତି ସ୍ଥାନୀୟ ଯୁବକ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି ।

ପରେ ଏହି ଭିଡିଓକୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଭାଲୁ ଫୁଲବଲ ଖେଳିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।ସେପଟେ ଏହି ଘଟଣାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡିଥିବାବେଳେ ଘଟଣା ସମ୍ପର୍କରେ ଉମରକୋଟ ରେଞ୍ଜର ଅବଗତ ଥିବା କହିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଥିବା ନେଇ ଫୋନ୍ ଯୋଗେ କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.