ETV Bharat / state

ଭାଲୁ କାମୁଡାରେ ଚାଷୀ ମୃତ, ପରିବାରକୁ ମିଳିବ କ୍ଷତିପୂରଣ ରାଶି - dead

ଭାଲୁ ଆକ୍ରମଣରେ ଚାଷୀ ମୃତ । ମୃତକ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ହଳଦୀ ଗ୍ରାମର ନରସିଂ ଜାନି । ତେବେ କ୍ଷେତରୁ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା ନବରଙ୍ଗପୁର
author img

By

Published : Jul 15, 2019, 2:36 PM IST

ନବରଙ୍ଗପୁର: ଭାଲୁ କାମୁଡ଼ାରେ ଜଣକର ମୃତ୍ୟୁ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ହଳଦୀ ଗ୍ରାମରେ ଘଟିଛି । ମୃତକ ଜଣକ ହେଲେ ହଳଦୀ ଗ୍ରାମର ନରସିଂ ଜାନି । ସେ ଗତକାଲି ରାତି ପ୍ରାୟ ୮ଟା ସମୟରେ ଚାଷ ଜମିକୁ ଯାଇଥିବାବେଳେ ସେଠାରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ସୋମବାର ସକାଳୁ ନରସିଂ ଘରକୁ ନ ଫେରିବାରୁ ତାଙ୍କ ପୁଅ ବିଲକୁ ଖୋଜିବାକୁ ଯାଇଥିଲେ । ପରେ ସେଠାରେ ତାଙ୍କ ବାପାଙ୍କ ଗୁରୁତର ଅବସ୍ଥାରେ ରକ୍ତାକ୍ତ ଦେହ ପଡି ରହିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଗ୍ରାମବାସୀଙ୍କ ସାହାଯ୍ୟରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଡାବୁଗାଁ ବନ ବିଭାଗ ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଶବଦାହ କରିବାକୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଦିଆଯିବ ଏବଂ ପରେ ସରକାରଙ୍କ ନିୟମାନୁସାରେ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଫରେଷ୍ଟର ଲକ୍ଷ୍ମୀକାନ୍ତ ସାହୁ କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-ଭାଲୁ କାମୁଡ଼ାରେ ଜଣେ ମୃତ।
ଫର୍ମାଟ-ଏଭିଓ,୧୪/୦୭/୧୯
ରିପୋର୍ଟ-ତପନ ବିଷୋୟୀ,ନବରଙ୍ଗପୁର।
----------------------------------------------------------
ଆଙ୍କର-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ହଳଦୀ ଗ୍ରାମରେ ଭାଲୁ କାମୁଡ଼ାରେ ଜଣକ ମୃତ୍ୟୁ ହୋଇଛି।ହଳଦୀ ଗ୍ରାମର ନରସିଂ ଜାନି ନାମକ
ବ୍ୟକ୍ତି ଗତକାଲି ରାତି ପ୍ରାୟ ୮ଘଣ୍ଟା ସମୟରେ ସେ ତାଙ୍କ ନିଜ ଚାଷ ଜମିକୁ ଯାଇଥିବା ବେଳେ ସେଠାରେ ସିଏ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।ଆଜି ସକାଳୁ ନରସିଂ ଘରକୁ ନ ଫେରିବାରୁ ତାଙ୍କ ପରିବାର ସନ୍ଦେହ କରି ତାଙ୍କ ପୁଅ ବିଲ କୁ ଖୋଜିବାକୁ ଯାଇଥିଲେ।ପରେ ସେଠାରେ ତାଙ୍କ ବାପାଙ୍କ ଗୁରୁତର ଅବସ୍ଥାରେ ରକ୍ତାକ୍ତ ଦେହ ପୋଡି ରହିଥିବା ଦେଖି ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ।ଗ୍ରାମବାସୀ ଙ୍କ ସାହାଯ୍ୟ ରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।ଏହି ଏବିଷୟରେ ଡାବୁଗାଁ ବନ ବିଭାଗ ଅଧିକାରୀ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବ କୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।ବର୍ତ୍ତମାନ ଶବଦାହ କରିବାକୁ ମୃତକ ପରିବାର ଙ୍କୁ ୧୦ ହଜାର ଟଙ୍କା ଦିଆଯିବ ଏବଂ ପରେ ସରକାର ଙ୍କ ନିୟମାନୁସାରେ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଫୋରେଷ୍ଟର ଲକ୍ଷ୍ମୀକାନ୍ତ ସାହୁ କହିଛନ୍ତି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.