ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ଭାଲୁ । ଭାଲୁଟି ମଙ୍ଗଳବାର ଠାରୁ ସ୍କୁଲ ପରିସରରେ ରହିଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଖାଦ୍ୟ ଅନ୍ୱେଷଣରେ ଭାଲୁ ଗାଁ ମୁହାଁ ହୋଇ ସ୍କୁଲକୁ ରାତିରେ ଆସି ସକାଳ ହେଲେ ଚାଲି ଯାଉଥିଲା ।
କିନ୍ତୁ ଗତକାଲି ଠାରୁ ଭାଲୁ ସ୍କୁଲ ଭିତରକୁ ଆସି ବର୍ତ୍ତମାନ ଯାଏଁ ବୁଲୁଛି । ସ୍କୁଲ ପିଅନ ଭାଲୁଟିକୁ ଦେଖିଥିଲେ ଏବଂ ସ୍କୁଲ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ବନବିଭାଗ କର୍ମଚାରୀକୁ ଏନେଇ ଖବର ଦେଇଥିଲେ । କୋରୋନା ଜନିତ କଟକଣା ହେତୁ ସ୍କୁଲ ବନ୍ଦ ରହିଛି । ପୂର୍ବରୁ ମଧ୍ୟ ଦହଣା ଗାଁର ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ କିଶୋର ମିଶ୍ରଙ୍କ ବାଡ଼ରେ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦୁଇଟି ଭାଲୁ ଲଢେଇ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ