ETV Bharat / state

କୂଅରେ ଭାଲୁ, ଉଦ୍ଧାର କାର୍ଯ୍ୟ ଜାରି

author img

By

Published : Feb 23, 2021, 12:19 PM IST

ନବରଙ୍ଗପୁର ଜିଲ୍ଲା ଦେଉଳ ଗ୍ରାମରେ ଏକ କୂଅରେ ଭାଲୁ ପଡିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ...

କୂଅରେ ପଡିଲା ଭାଲୁ, ଉଦ୍ଧାର କାର୍ଯ୍ୟ ଜାରି
କୂଅରେ ପଡିଲା ଭାଲୁ, ଉଦ୍ଧାର କାର୍ଯ୍ୟ ଜାରି

ନବରଙ୍ଗପୁର: ଜିଲ୍ଲାର ସଦର ବ୍ଲକ ଦେଉଳା ଗ୍ରାମର ବିଭୀଷଣ ମାଳିଙ୍କ ଚାଷ ଜମିରେ ଥିବା କୂଅରେ ଭାଲୁ ପଡିଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

କୂଅରେ ପଡିଲା ଭାଲୁ, ଉଦ୍ଧାର କାର୍ଯ୍ୟ ଜାରି

ଗ୍ରାମର ବିଭୀଷଣଙ୍କ ଚାଷ ଜମିରେ କିଛି ଅଂଚଳ ପରିବା ଚାଷ କରିବା ପାଇଁ ସେ କୂଅ ଖୋଳିଥିଲେ । କୂଅଟିର ଗଭୀର 20 ଫୁଟ ହୋଇଥିବା ବେଳେ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଶୁଖିଲା ରହିଛି । ରାତି ସମୟରେ ଖାଦ୍ୟ ଅନ୍ବେଷଣରେ ଆସି ଭାଲୁଟି କୂଅରେ ପଡିଯାଇଥିବା ସନ୍ଦେହ କରାଯାଉଛି । ଏହି କୂଅରେ ନନ୍ଦ ନଥିବା ଜଣାପଡିଛି ।

ଭାଲୁଟି ମଧ୍ୟ ବୟସ୍କ ହୋଇଥିବା ବେଳେ ଗୋଠ ଛଡା ହୋଇ ବୁଲୁଥିଲା ବେଳେ ଘଟଣା ଘଟିଥିବା ଅନୁମାନ କରାଯାଉଛି । ଦେଉଳା ଗ୍ରାମ ଏବଂ ଏହାର ଆଖ ପାଖ ଗ୍ରାମର ଲୋକମାନେ ଭାଲୁକୁ ଦେଖିବାକୁ ଜମିରେ ଭିଡ ଜମଉଥିବା ଦେଖିବାକୁ ମିଳିଛି । ସେପଟେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଉଦ୍ଧାର କାର୍ଯ୍ୟ ଜାରି ରଖଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.