ETV Bharat / state

ପୁଣି ନବରଙ୍ଗପୁରରେ ଭାଲୁ ଆତଙ୍କ, ସ୍ଥାୟୀ ସମାଧାନ ପାଇଁ ଦାବି - ଭାଲୁ ଆତଙ୍କ ଖବର

କିଛି ଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ପୁଣି ଭାଲୁ ଆତଙ୍କ, ଲୋକେ ଭୟଭୀତ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ଭାଲୁ ଆତଙ୍କ, ସ୍ଥାୟୀ ସମାଧାନ ପାଇଁ ଦାବି

author img

By

Published : Jan 31, 2022, 7:44 AM IST

ନବରଙ୍ଗପୁର: କିଛି ଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ପୁଣି ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଉମରକୋଟ ବ୍ଲକ୍ ମୁର୍ତୁମା ନିକଟ ଚାଷଜମି ନିକଟରେ 2ଟି ଭାଲୁ ବୁଲୁଥିବା ଦେଖିବାକୁ ପାଇଛନ୍ତି ଗ୍ରାମବାସୀ । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ନବରଙ୍ଗପୁରରେ ଭାଲୁ ଆତଙ୍କ, ସ୍ଥାୟୀ ସମାଧାନ ପାଇଁ ଦାବି

ତେବେ ଗ୍ରାମବାସୀ 2ଟି ଭାଲୁଙ୍କୁ ଚାଷଜମି ନିକଟରେ ବୁଲିଥିବାର ଦେଖିବା ପରେ ସେମାନେ ମକା କ୍ଷେତ ଦେଇ ଗୋଟିଏ ପୋଖରୀ ନିକଟକୁ ଯାଇଥିବା ଦେଖିବାକୁ ପାଇଛନ୍ତି । ପରେ ସ୍ଥାନୀୟ କିଛି ଯୁବକ ନିଆ ହୂଳା ଦେଖେଇ ଭାଲୁକୁ ଜଙ୍ଗଲ ମଧ୍ୟକୁ ଘଉଡାଇ ଦେଇଛନ୍ତି । ଗତ ୨୩ ତାରିଖରେ ମଧ୍ୟ ଉମରକୋଟ ନାୟକଗୁଡା ଗ୍ରାମରେ ଏକ ନିମ୍ବ ଗଛରେ ଏକ ଭାଲୁ ଚଢ଼ି ଦୁଇ ଦିନ ଯାଏ ଗଛରେ ରହିଥିଲା ।

ପରେ ବନ ବିଭାଗ ଭାଲୁକୁ ଟ୍ରାଙ୍କୁଲାଇଜ କରି ଧରିବା ପରେ ଭାଲୁକୁ ଜଙ୍ଗଲରେ ଛାଡିଥିଲା । ତେବେ ଏହି କିଛିଦିନର ବ୍ୟବଧାନ ପରେରେ ପୁଣି ଭାଲୁ ଦେଖି ଆତଙ୍କିତ ହୋଇ ପଡିଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ କିଛି ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.