ETV Bharat / state

ନବରଙ୍ଗପୁରରୁ ପୁଣି 17 ଆକ୍ରାନ୍ତ ଚିହ୍ନଟ, ମାମଲା 472କୁ ବୃଦ୍ଧି

author img

By

Published : Aug 14, 2020, 2:40 PM IST

ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶୁକ୍ରବାର ନବରଙ୍ଗପୁର ଜିଲ୍ଲାରୁ 17 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଏବେ ମୋଟ ପଜିଟିଭ୍ ସଂଖ୍ୟା 472 ରେ ପହଞ୍ଚିଛି ।

ନବରଙ୍ଗପୁରରୁ ପୁଣି 17 ଆକ୍ରାନ୍ତ ଚିହ୍ନଟ, ମାମଲା 472କୁ ବୃଦ୍ଧି
ନବରଙ୍ଗପୁରରୁ ପୁଣି 17 ଆକ୍ରାନ୍ତ ଚିହ୍ନଟ, ମାମଲା 472କୁ ବୃଦ୍ଧି

ନବରଙ୍ଗପୁର: ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି(ଶୁକ୍ରବାର) ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ 17 କୋରୋନା ପଜିଟିଭ। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ଶୁକ୍ରବାର ଚିହ୍ନଟ ହୋଇଥିବା 17 ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ତେନ୍ତୁଳିଖୁଣ୍ଟି ବ୍ଲକରୁ 6 ଜଣ , ନବରଙ୍ଗପୁର ମ୍ୟୁନିସପାଲିଟିରୁ 2 , ରାଇଘର ବ୍ଲକରୁ 3, ଝରିଗାଁ ବ୍ଲକରୁ 6 , ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ଆଜିର 17 ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା 472 ରେ ପହଞ୍ଚିଛି ବେଳେ ସେମାନଙ୍କ ମଧ୍ୟରୁ 345 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି 125 ଜଣ କୋରୋନା ପଜିଟିଭ୍ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେଥି ମଧ୍ୟରୁ ଡାକ୍ତରଙ୍କ ପରାମର୍ଶ କ୍ରମେ 70 ଜଣ ହୋମ ଆଇସୋଲେସନରେ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ହୋମ ଆଇସୋଲେସନ୍ ରେ ରହିବା ପାଇଁ ପରାମର୍ଶ ଦିଆଯାଉଥିବା ବେଳେ ଯେଉଁମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ସେମାନଙ୍କୁ କେବଳ କୋଭିଡ ମେଡିକାଲକୁ ସ୍ଥାନାନ୍ତର କରି ଚିକିତ୍ସା କରାଇବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.