ETV Bharat / state

ଅଁଳା ନବମୀ ପାଳିଲେ ବ୍ରତଧାରୀ ମହିଳା

author img

By

Published : Nov 23, 2020, 9:48 PM IST

ଅଁଳା ଗଛକୁ ପୂଜା କରି ଅଁଳା ନବମୀ ପାଳିଲେ ନବରଙ୍ଗପୁରର ବ୍ରତଧାରୀ ମହିଳା । ପଢନ୍ତୁ ଅଧିକ.....

ଅଁଳା ନବମୀ ପାଳିଲେ ବ୍ରତଧାରୀ ମହିଳା
ଅଁଳା ନବମୀ ପାଳିଲେ ବ୍ରତଧାରୀ ମହିଳା

ନବରଙ୍ଗପୁର: ଆଜି କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ବା ପବିତ୍ର ଅଁଳା ନବମୀ l ଅଁଳା ଗଛକୁ ପୂଜା କରି ପରିବାରର ସଦସ୍ୟ ନିରୋଗ ରହିବା ଏବଂ ସୁଖ ସମୃଦ୍ଧି ପୂଜାର୍ଚ୍ଚନା କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଗ୍ରାମାଞ୍ଚଳର ମହିଳା ବ୍ରତଧାରୀ ମାନେ ।

ଅଁଳା ନବମୀ ପାଳିଲେ ବ୍ରତଧାରୀ ମହିଳା

ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରି ଅଁଳା ଗଛରେ ମହିଳା ମାନେ ପୂଜା କରିବାର ଦେଖିବାକୁ ମିଳିଥିଲା l ଗଛ ମୂଳରେ କ୍ଷୀର ଢ଼ାଳିବା ସହ ଫୁଲ,ଦ୍ବୀପ, ଧୂପ ଦେଇ ସେମାନେ ବିଧିପୂର୍ବକ ପୂଜାର୍ଚନା କରିବା ପରେ ଗଛକୁ 7 ଥର ପରିକ୍ରମା କରିଥିଲେ ମହିଳା ମାନେ ।

ଅଁଳା ନବମୀରେ ଜପ, ତପ, ଧ୍ୟାନ, ଦାନ ଇତ୍ୟାଦି କଲେ ତାହା ଫଳଦାୟୀ ହୋଇଥାଏ l ସେହିପରି ଏହିଦିନ ଅଁଳା ଗଛ ମୂଳରେ ବସି ଭୋଜନ କଲେ ସବୁ ପ୍ରକାରର ରୋଗ ଭଲ ହୋଇଥାଏ ବୋଲି କୁହାଯାଏ l ଅଁଳା ନବମୀରେ ଅଁଳା ଗଛକୁ ପୂଜା କରିବା ଏବଂ ଗଛ ତଳେ ବସି ଭୋଜନ କରିବା ପ୍ରଥାକୁ ମା ଲଷ୍ମୀ ଆରମ୍ଭ କରିଥିବା ବିଶ୍ବାସ ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.