ETV Bharat / state

ଜନନୀ ଯନ୍ତ୍ରଣା, ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ - ନବରଙ୍ଗପୁର ଜନନୀ ଯନ୍ତ୍ରଣା

ନବରଙ୍ଗପୁର ଜିଲ୍ଲା ମଇଦରପୁର ଅନ୍ତର୍ଗତ ଆମ୍ଭଡିପଦର ଗାଁରେ ଅଭାବନୀୟ ଦୃଶ୍ୟ । ଗାଁ ରାସ୍ତା ଖରାପ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଖଟିଆରେ ବୁହା ହେଲେ ଗର୍ଭବତୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Sep 16, 2019, 3:02 PM IST

ନବରଙ୍ଗପୁର: ପୁଣି ଗର୍ଭବତୀ ବୁହା ହେଲେ ଖଟିଆରେ । ଭଲରାସ୍ତା ନଥିବାରୁ 3 କିମି ଖଟିଆରେ ବୋହି ମେଡିକାଲକୁ ଆସିଛନ୍ତି ଗର୍ଭବତୀ । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ମଇଦରପୁର ଅନ୍ତର୍ଗତ ଆମ୍ଭଡିପଦର ଗାଁରେ । ଏଠାରେ ଗର୍ଭବତୀ ମହିଳା ଦଶାଇ ସାନ୍ଥାଙ୍କୁ ଖଟିଆରେ ବୋହି ମଇଦଲପୁର ଡାକ୍ତରଖାନାକୁ ଅଣାଗଲା ।

ଆମ୍ଭଡିପଦର ଗାଁରେ କଚ୍ଚା ରାସ୍ତା ଏବେ ବାଧକ ସାଜିଛି । ଆମ୍ବୁଲାନ୍ସ ତ ଦୂରର କଥା ଏହି ଗାଁର ରାସ୍ତାରେ ସାଇକେଲଟେ ଯିବା ଅସମ୍ଭବ । ଏପରି ସ୍ଥଳେ ସୋମବାର ଦିନ 10ଟାରେ ଦଶାଇ ସାନ୍ଥାଙ୍କ ହଠାତ ଗର୍ଭ ଯନ୍ତ୍ରଣା ହେଲା। ତାଙ୍କୁ ତୁରନ୍ତ ମେଡିକାଲ ନେବାକୁ ଆଶାଦିଦି ପରାମର୍ଶ ଦେଇଥିଲେ । ସେପଟେ ଆମ୍ବୁଲାନ୍ସକୁ ମଧ୍ୟ ଫୋନ କରାଗଲା । ହେଲେ ଏହି ଖାଲଢିପ, କାଦୁଅ ପଚପଚ ରାସ୍ତା ସାଜିଲା ବାଧକ । ଗାଁରୁ 3 କିମି ଦୂର ଯାଏଁ ରାସ୍ତା ଖରାପ ଥିଲା । ଆମ୍ବୁଲାନ୍ସ ଗାଁ ଭିତରକୁ ନଯାଇ ମୁଖ୍ୟ ରାସ୍ତାରେ ଠିଆ ହୋଇ ରହିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସେପଟେ ଗର୍ଭବତୀ ମହିଳାଙ୍କୁ ଗାଁ ଲୋକେ ଏକ ଖଟିଆରେ 3 କିମି ବୋହି ମୁଖ୍ୟ ରାସ୍ତାକୁ ଆଣିଥଲେ। ପରେ ଆମ୍ବୁଲାନ୍ସରେ ଗର୍ଭବତୀଙ୍କୁ ନିଆଯାଇ ମଇଦଲପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଗାଁ ଲୋକେ ମଧ୍ୟ ରାସ୍ତା ଅବସ୍ଥା ଠିକ ନଥିବାରୁ ଏପରି ଅସୁବିଧା ଉପୁଜିଥିବା ଅଭିଯୋଗ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:Only visual Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.