ETV Bharat / state

ଡାବୁଗାଁରେ ଏଟିଏମ ସେବା ବାଧାପ୍ରାପ୍ତ - ଡାବୁଗାଁରେ ଏଟିଏମ ଅଚଳ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମାର ଏଟିଏମ ସେବା ବାଧାପ୍ରାପ୍ତ । ଏଠାରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଏଟିଏମ ପ୍ରାୟ ସବୁବେଳେ ଗଡବଡ ରହୁଛି । ଏହାର ମୁଖ୍ୟ ସମସ୍ୟା ହେଲା ସର୍ବଦା ସର୍ଭର ଡାଉନ ରହୁଛି । ଫଳରେ ଜଣେ ବ୍ୟକ୍ତିଙ୍କୁ ନିରାଶ ହୋଇ ସେଠାରୁ ଫେରିଯିବାକୁ ପଡୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Aug 2, 2019, 3:58 AM IST

ନବରଙ୍ଗପୁର: ଏଟିଏମ ଥାଇ ସୁଦ୍ଧା ଠିକ ସମୟରେ ଲୋକଙ୍କୁ ଯୋଗାଇ ପାରୁନି ସେବା । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମାଠାରୁ । ଏଠାରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମରେ ପ୍ରାୟ ସବୁବେଳେ ସର୍ଭର ଡାଉନ ଥିବା ଅଭିଯୋଗ ଆସିଛି । ଫଳରେ ଏଠାକାର ଲୋକେ ସର୍ବଦା ହଇରାଣ ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଡାବୁଗାଁରେ ଏଟିଏମ ସେବା ବାଧାପ୍ରାପ୍ତ । ଏହି ଏଟିଏମରେ ବେଳେ ବେଳେ ଟଙ୍କା ନଥାଏ ତ ବେଳେ ବେଳେ ସର୍ଭର ନଥାଏ । ଏହି ଏଟିଏମର ମୁଖ୍ୟ ଅସୁବିଧା ହେଲା କେହି ଜଣେ ଗ୍ରାହକ ଟଙ୍କା ଉଠାଏ ତାହେଲେ ଅନ୍ୟ ଜଣ ବ୍ୟକ୍ତିକୁ ୧୦-୧୫ ମିନିଟ ଅପେକ୍ଷା କରିବାକୁ ପଡେ। କାରଣ ଟଙ୍କା ଉଠାଇ ସାରିବା ପରେ ଏଟିଏମ୍ ମେସିନ ହ୍ୟାଙ୍ଗ ହୋଇଯାଏ। ଏହି ଏଟିଏମ୍ ଉପରେ ଡାବୁଗାଁ ବ୍ଲକର ସମସ୍ତ ପଞ୍ଚାୟତ ନିର୍ଭରଶୀଳ। ଡାବୁଗାଁ ଠାରେ ଷ୍ଟେଟବ୍ୟାଙ୍କର ସୁବିଧା ଥିଲେ ମଧ୍ୟ ଲୋକେ ସେଠାରେ ଠିକ ସୁବିଧା ପାଇ ପାରୁନଥିବା କହିଛନ୍ତି।

ଟଙ୍କା ଉଠାଣ ବେଳେ ବହୁତ ଅସୁବିଧା ହେଉଥିବା ଜନ ସାଧାରଣରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିଷୟରେ ଡାବୁଗାଁ ଜଣେ ବ୍ୟକ୍ତି ଅରୁଣ ପାତ୍ରଙ୍କୁ ପଚାରିବାରୁ ଏଟିଏମର ଅବବ୍ୟବସ୍ଥା ଓ ତାର ଠିକ ରୂପେ ପରିଚାଳନା କରାଯାଉନଥିବା କହିଛନ୍ତି। ଏପରି ଏଟିଏମ୍ ବ୍ୟବସ୍ଥା ଠିକ କରିବାକୁ ଜନ ସାଧାରଣ ଦାବି କରିଛନ୍ତି। ଏପରିକି ଜିଲ୍ଲା ବାହାରରୁ ଆସିଥିବା ଜଣେ ସାଧାରଣ ବ୍ୟକ୍ତି ପଇସା ଉଠାଇବାକୁ ଆସି ଟଙ୍କା ନଉଠାଇ ହୋଇରାଣ ହେଉଥିବା ଦେଖିବାକୁ ମିଳିଛି।

ନବରଙ୍ଗପୁର ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ-ଡାବୁଗାଁରେ ATM ସେବା ବାଧାପ୍ରାପ୍ତ।
ଫର୍ମାଟ-ଏଭିଓ,୦୧/୦୮/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
-------------------------------------------------
ଆଙ୍କର:-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ଥିବା ଗୋଟିଏ ଏଟିଏମ୍ ସେବା ଯୋଗାଇ ପାରୁନଥିବା ଅଭିଯୋଗ ହୋଇଛି।ଏହି ଏଟିଏମ୍ ରେ ବେଳେ ବେଳେ ଟଙ୍କା ନ ଥାଏ ତ ବେଳେ ବେଳେ ସରଭର ନ ଥାଏ ।ଏହି ଏଟିଏମ୍ ର ମୁଖ୍ୟ ଅସୁବିଧା ହେଲା କେହି ଜଣେ ଗ୍ରାହକ ଟଙ୍କା ଉଠାଏ ତାହେଲେ ଅନ୍ୟ ଜଣ ବ୍ୟକ୍ତିକୁ ୧୦-୧୫ ମିନିଟ ଅପେକ୍ଷା କରିବାକୁ ପଡେ, କାରଣ ଟଙ୍କା ଉଠାଇ ସାରିଲା ପରେ ଏଟିଏମ୍ ମେସିନ ହେଙ୍ଗ ହୋଇଯାଏ।ଏହି ଏଟିଏମ୍ ଉପରେ ଡାବୁଗାଁ ବ୍ଲକ ର ସମସ୍ତ ପଂଚାୟତ ନିର୍ଭରଶୀଳ।ଡାବୁଗାଁ ଠାରେ ଷ୍ଟେଟବ୍ୟାଙ୍କ ର ସୁବିଧା ଥିଲେ ମଧ୍ୟ ଲୋକେ ସେଠାରେ ଠିକ ସୁବିଧା ପାଇ ପାରୁନଥିବା କହିଛନ୍ତି।ଟଙ୍କା ଉଠାଣ ବେଳେ ବହୁତ ଅସୁବିଧା ହେଉଥିବା ଜନ ସାଧାରଣ ରେ ଚର୍ଚ୍ଚା ହେଉଛି।ଏହି ବିଷୟରେ ଡାବୁଗାଁ ଜଣେ ବ୍ୟକ୍ତି ଅରୁଣ ପାତ୍ର ଙ୍କୁ ପଚାରିବାରୁ ଏଟିଏମ୍ ର ଅବବ୍ୟବସ୍ଥା ଓ ତାର ଠିକ ରୂପେ ପରିଚାଳନା କରାଯାଉନଥିବା କହିଛନ୍ତି।ଏପରି ଏଟିଏମ୍ ବ୍ୟବସ୍ଥା ଠିକ କରିବା କୁ ଜନ ସାଧାରଣ ଦାବି କରିଛନ୍ତି।ବିହାର ରୁ ଆସିଥିବା ଜଣେ ସାଧାରଣ ଲୋକ ପଇସା ଉଠାଇବାକୁ ଆସି ଟଙ୍କା ନ ଉଠାଇ ହୋଇରାଣ ହେଉଥିବା ଦେଖିବାକୁ ମିଳିଥିଲା।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.