ETV Bharat / state

ଟଳିଲା ସଙ୍କଟ: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ନମୁନା ନେଗେଟିଭ୍‌ - All health workers of Nabarangpur District hospital

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ ନମୁନା ନେଗେଟିଭ୍‌ । ଆଇସିୟୁରେ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁ ଘଟିଥିବା ଯୁବକ ଜଣଙ୍କ ପଜେଟିଭ୍‌ ବାହାରିବା ପରେ ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ହୋଇଥିଲା କୋରୋନା ଟେଷ୍ଟ ।

ଟଳିଲା ସଙ୍କଟ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ନମୂନା ନେଗେଟିଭ୍‌

author img

By

Published : Jun 24, 2020, 8:51 AM IST

ନବରଙ୍ଗପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ ନମୁନା ନେଗେଟିଭ୍‌ । 127 ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ସମସ୍ତଙ୍କ ରିର୍ପୋଟ ନେଗେଟିଭ୍‌ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି ।

ଟଳିଲା ସଙ୍କଟ, ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କ ନମୂନା ନେଗେଟିଭ୍‌

ସୂଚନା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ବ୍ଲକର ଜଣେ 17 ବର୍ଷୀୟ ଯୁବକ ଆନ୍ଧ୍ରପ୍ରଦେଶରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଅବଧି ଶେଷ ପରେ ଘରକୁ ଫେରିଲେ । କିଛି ଦିନ ପରେ ଅସୁସ୍ଥ ଅନୁଭବ କରିବାରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ଘଟିଥିଲା । ମୃତ୍ୟୁର 3 ଦିନ ପରେ ତାଙ୍କର ସ୍ବାବରେ କୋରୋନା ପଜେଟିଭ ବାହାରିଥିଲା ।

ଏହି ଖବର ପ୍ରଚାର ହେବା ପରେ ଡାକ୍ତରଖାନାର ସମସ୍ତ କର୍ମଚାରୀ ଭୟଭୀତ ହୋଇପଡିଥିଲେ । ସମସ୍ତଙ୍କ ସ୍ବାବ ଟେଷ୍ଟ ଦାବିରେ ଉତ୍ତେଜନା ଦେଖାଦେଇଥିଲା । ପରେ ସମସ୍ତଙ୍କ ସ୍ବାବ ଟେଷ୍ଟ ପାଇଁ ପଠାଯାଇଥିଲା । ତେବେ ସମସ୍ତ ଡାକ୍ତର ଏବଂ କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ ଆସିଛି l

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.