ନବରଙ୍ଗପୁର: ବାବାଙ୍କୁ ଭାରରେ ଆଣିଲେ ଶିଷ୍ୟ । ଦିନକୁ ଦିନ ମନୁଷ୍ୟ ଆଧୁନିକତାର ବଶବର୍ତ୍ତୀ ହୋଇ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯାଉଛି କିନ୍ତୁ ଆଜି ମଧ୍ୟ ଗୁରୁ ଶିଷ୍ୟ ପରମ୍ପରା ବଞ୍ଚି ରହିଛି ଯାହା ଉପାନ୍ତ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସୁଦୂର ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ଗାଦିରୁ ଉମରକୋଟରେ ଭାର କରି ଆଣି ଉଦାହରଣ ସୃଷ୍ଟି କରିଛନ୍ତି ।
ଭକ୍ତିରୁ ଆତ୍ମ ତୃପ୍ତି ଏହା ହିଁ ଦର୍ଶାଉଛି ଭାରତୀୟ ହିନ୍ଦୁ ଧର୍ମ ପରମ୍ପରାର ଗୁରୁ ଶିଷ୍ୟ ସମ୍ପର୍କ l ଯୁଗ ଯେତେ ବଦଳିଲେ ବି ଆମ ପରମ୍ପରା ଆମ ଗୁରୁଶିଷ୍ୟ ସଂସ୍କାର ସବୁବେଳେ ଆମର ମାନ ଅଭିମାନ,ସ୍ବାଭିମାନକୁ ନେଇଁ ଆମର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି l ସୁଦୂର ଢେଙ୍କାନାଳ ଜିଲ୍ଲାରୁ ଯୋରନ୍ଦା ମହିମା ପୀଠରୁ ଦୀର୍ଘ 540 କିଲୋମିଟର ବାବା ଧନୁର୍ଜୟ ଗୁରୁଙ୍କୁ କାନ୍ଧରେ ଧରି ନବରଙ୍ଗପୁର ଜିଲ୍ଲାର ସାନଭରଣ୍ଡି ଆଶ୍ରମରେ ପହଞ୍ଚିଛନ୍ତି ମହିମା ଭକ୍ତ l ଦୀର୍ଘ 540 କିଲୋମିଟର ଯାତ୍ରା ସମୟରେ କୌଣସି ଘାତପ୍ରତିଘାତ ନଥିଲା କେବଳ ଥିଲା ଗୁରୁଙ୍କୁ ପ୍ରତି ପ୍ରଗାଢ ବିଶ୍ବାସ l ପ୍ରତିକୂଳ ପରିସ୍ଥିତିରେ ବି ବଣ ପାହାଡ଼ ଅତିକ୍ରମ କରି 21 ଦିନରେ ପହଞ୍ଚି ଥିଲେ ଉମରକୋଟ l
ପରିଣତ ବୟସରେ ବାବା ଚାଲି ପାରୁ ନ ଥିବା ଯୋଗୁଁ ଭକ୍ତ ମାନେ ବାବାଙ୍କ ଇଛାକୁ ପୂରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଢେଙ୍କାନାଳ ଅଲେଖ ପୀଠକୁ ଦର୍ଶନ କରି ନେବା ଆଣିବା କରିଥାନ୍ତି l ନବରଙ୍ଗପୁର ଜିଲ୍ଲାରେ ମହିମା ଅଲେଖ ଧର୍ମ ପ୍ରଚାର ସାଙ୍ଗକୁ ଶୃଙ୍ଖଳିତ ସାମାଜିକ ପରିବର୍ତନ ହେବାରେ ଅଲେଖ ଧର୍ମ ପ୍ରମୁଖ ଭୂମିକା ରହିଆସିଛି ବୋଲି ସ୍ଥାନୀୟ ବୁଦ୍ଧିଯିବି ମତ ଦେଇଛନ୍ତି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ