ETV Bharat / state

ଋଣ ଦେବା ନାଁରେ ହଜାର ହଜାର ଚଳୁକଲା ସ୍ପନ୍ଦନା ଫାଇନାନ୍ସ ! - people

ବେସରକାରୀ ସ୍ପନ୍ଦନା ଫାଇନାନ୍ସ ଗ୍ରୁପ ନାମରେ ଠକେଇ ଅଭିଯୋଗ ।

ଫଟୋ ସୌଜନ୍ୟ:ପ୍ରତିନିଧି, ନବରଙ୍ଗପୁର
author img

By

Published : Aug 23, 2019, 11:46 PM IST

ନବରଙ୍ଗପୁର: ବେସରକାରୀ ଫାଇନାନ୍ସ ଗ୍ରୁପଙ୍କ ନାମରେ ଠକେଇ ଅଭିଯୋଗ । ନିରିହ ଗରିବ ଲୋକମାନଙ୍କ ଠୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି ବେସରକାରୀ ସ୍ପଦନା ଫାଇନାନ୍ସ ଗ୍ରୁପର ବ୍ୟାଙ୍କ ମ୍ୟାନେଜର ଓ ଫିଲ୍ଡ ଅଫିସର ବାବୁମାନେ । ଏହିପରି ଏକ ଘଟଣା ସାମନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ନବରଙ୍ଗପୁର

ସୂଚନା ଅନୁଯାୟୀ, ବେସରକାରୀ ସ୍ପନ୍ଦନା ଫାଇନାନ୍ସ ଗ୍ରୁପ ବିଭିନ୍ନ ଗ୍ରାମର ମହିଳାମାନଙ୍କୁ ନେଇ ଗ୍ରୁପ କରି ୨୫ହଜାର ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଋଣ ଦେଇଥାନ୍ତି। ମାସକୁ ଦୁଇଟି କିସ୍ତି ଅନୁସାରେ ସୁଧମୂଳ ସହିତ ମାସକୁ ଦୁଇ ଥର ଆଦାୟ କରିଥାନ୍ତି। ଏହିପରି ଠକାମିର ଅଭିଯୋଗ ଆସିଛି ରାଇଘର ସ୍ଥିତ ସ୍ପନ୍ଦନା ଫାଇନାନ୍ସ ଗ୍ରୁପଙ୍କ ନାମରେ।

ରାଇଘର ବ୍ଲକ ଛତିଶଗଡ଼ ସିମାନ୍ତବର୍ତ୍ତୀ ଅଞ୍ଚଳରେ ଥିବା ମାକଡ଼ି ଗାଁରୁ ୧୦ ଜଣ ମହିଳାଙ୍କୁ ନେଇ ଏକ ଗ୍ରୁପ କରି ଜଣକ ପିଛା ୨୫ହଜାର ଟଙ୍କା ଲେଖାଏଁ ଋଣ ଦେଇଥିଲେ। ସେମାନେ ପନ୍ଦର ଦିନକୁ ଥରେ ଜଣକ ପିଛା ଗୋଟିଏ କିସ୍ତିରେ ୭୯୦ଟଙ୍କା ହିସାବରେ ୧୦ଜଣଙ୍କର ୭୯୦୦ଟଙ୍କା ସ୍ପନ୍ଦନା ଫାଇନାନ୍ସ ଗ୍ରୁପର ଫିଲ୍ଡ ଅଫିସର ବିଶ୍ବ ରଜନ ବାରିକଙ୍କ ହାତରେ ଜମା ଦେଉଥିଲେ।

ସ୍ପନ୍ଦନା ଫାଇନାନ୍ସ ଗ୍ରୁପର ବ୍ୟାଙ୍କ ମ୍ୟାନେଜର ମନୋଜ କୁମାର ସାହୁ ,ଫିଲ୍ଡ ଅଫିସର ବିଶ୍ବ ରଜନ ବାରିକ ଦୁଇ ଜଣ ଏହି ଗ୍ରାମବାସୀଙ୍କୁ କହିଥିଲେ ଯେ ଏକସାଙ୍ଗରେ 8ଟି କିସ୍ତିର ଟଙ୍କା ଜମା କଲେ, ଆପଣଙ୍କୁ ଚାଷ ସମୟରେ ୧୫ଦିନ ଭିତରେ ଆଉ ଏକ ନୂଆ ଋଣ ଦିଆଯିବ । ତେଣୁ ସେମାନେ ୧୫ଦିନ ପାଇଁ ସେହି ଗାଁର ମହାଜନଙ୍କ ଠାରୁ ୧୦୦ଟଙ୍କାକୁ ୧୦ଟଙ୍କା ସୁଧରେ ହାରରେ ୬୩୨୦୦ ଟଙ୍କା ଋଣ ଆଣି ଫିଲ୍ଡ଼ ଅଫିସର-ବିଶ୍ଵ ରଜନ ବାରିକ ହାତରେ ଟଙ୍କା ଜମା ଦେଇଥିଲେ।

କିନ୍ତୁ ପରେ ଉକ୍ତ ଲୋକ ମାନଙ୍କୁ ଋଣ କିମ୍ବା ମୂଳ ଟଙ୍କା ମଧ୍ୟ ମିଳିଲା ନାହିଁ। ସ୍ପନ୍ଦନା ଫାଇନାନ୍ସ ଅଫିସକୁ ୩ମାସ ଯାଏଁ ଦଉଡି ଦଉଡି ନୟାନ୍ତ ହେଲେ ସୁଦ୍ଧା ସେମାନଙ୍କୁ ଋଣ ଦିଆଗଲା ନାହିଁ ।

ବ୍ୟାଙ୍କର କର୍ମଚାରୀ ଆରଏମ୍ କୁ ପଚାରି ବୁଝିବାରୁ ବ୍ୟାଙ୍କରେ ସେମାନଙ୍କ ଟଙ୍କା ଜମା ହୋଇ ନଥିବା ସେମାନେ ଜାଣିବାକୁ ପାଇଥିଲେ । ତେବେ ଏହି ନୀରିହ ମାନେ ୭୦ହଜାର ଟଙ୍କା ସହ ସୁଧ ପଇସା କେମିତି ସୁଝିବେ ଚିନ୍ତାରେ ପଡ଼ି ମୁଣ୍ଡରେ ହାତ ଦେଇ ବସିଛନ୍ତି।

ନବରଙ୍ଗପୁରରୁ ତପନ ବିଶୋଇ, ଇଟିଭି ଭାରତ

Intro:ସ୍ଲୋଗ-ବେସରକାରୀ ଫାଇନାନ୍ସ ଗ୍ରୁପ ଙ୍କ ନାମରେ ଠକେଇ ଅଭିଯୋଗ।ହଜାର ହଜାର ଟଙ୍କା ହଡ଼ପ।
ଫୋର୍ମାଟ-ଏଭିଓ,୨୩/୦୮/୧୯
ରିପୋର୍ଟ-ତପନ ବିଷୋୟୀ, ନବରଙ୍ଗପୁର।
--------------------------------------------------
ଆଙ୍କର-ବେସରକାରୀ ଫାଇନାନ୍ସ ଗ୍ରୁପ ଙ୍କ ନାମରେ ଠକେଇ ଅଭିଯୋଗ,ହଜାର ହଜାର ଟଙ୍କା ହଡ଼ପ।ନିରିହ ଗରିବ ଲୋକମାନଙ୍କୁ ଭଣ୍ଡେଇ ଠକାମିର ହଜାର ହଜାର ଟଙ୍କା ଠକି ନେଉଛନ୍ତି ବେସରକାରୀ ସ୍ପଦନା ଫାଇନାନ୍ସ ଗ୍ରୃପର ବ୍ୟାଙ୍କ ମ୍ୟାନେଜର ଓ ଫିଲ୍ଡ଼ ଅଫିସର ବାବୁ ମାନେ।ମାଲାମାଲ ହେଉଛନ୍ତି ଗରିବ ଲୋକଙ୍କ ଟଙ୍କା ରେ ।ଏହିପରି ଏକ ଘଟଣା ସାମନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ।ବେସରକାରୀ ସ୍ପନ୍ଦନା ଫାଇନାନ୍ସ ଗ୍ରୃପ ବିଭିନ୍ନ ଗ୍ରାମର ମହିଳାମାନଙ୍କୁ ନେଇ ଗ୍ରୃପ କରି ୨୫ହଜାର ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ଋଣ ଦେଇଥାନ୍ତି। ମାସକୁ ଦୁଇଟି କିସ୍ତି ଅନୁସାରେ ସୁଧମୂଳ ସହିତ ମାସକୁ ଦୁଇ ଥର ଆଦାୟ କରିଥାନ୍ତି। ଏହିପରି ଠକାମିର ଅଭିଯୋଗ ଆସିଛି ରାଇଘର ସ୍ଥିତ ସ୍ପନ୍ଦନା ଫାଇନାନ୍ସ ଗ୍ରୃପ ଙ୍କ ନାମରେ।ରାଇଘର ବ୍ଲକ ଛତିଶଗଡ଼ ସିମାନ୍ତବର୍ତ୍ତି ଅଞ୍ଚଳ ରେ ଥିବା ମାକଡ଼ି ଗାଁ ରୁ ୧୦ ଜଣ ମହିଳାଙ୍କୁ ନେଇ ଏକ ଗ୍ରୁପ କରି ଜଣେ ପିଛା ୨୫ହଜାର ଟଙ୍କା ଲେଖାଏଁ ଋଣ ଦେଇଥିଲେ। ସେମାନେ ପନ୍ଦର ଦିନକୁ ଥରେ ଜଣେ ପିଛା ଗୋଟିଏ କିସ୍ତିରେ ୭୯୦ଟଙ୍କା ହିସାବରେ ୧୦ଜଣଙ୍କର ୭୯୦୦ଟଙ୍କା ସ୍ପନ୍ଦନା ଫାଇନାନ୍ସ ଗ୍ରୃପର ଫିଲ୍ଡ଼ ଅଫିସର ବିଶ୍ୱ ରଜନ ବାରିକଙ୍କ ହାତରେ ଜମା ଦେଉଥିଲେ। ସ୍ପନ୍ଦନା ଫାଇନାନ୍ସ ଗ୍ରୁପର ବ୍ୟାଙ୍କ ମ୍ୟାନେଜର- ମନୋଜ କୁମାର ସାହୁ ,ଫିଲ୍ଡ଼ ଅଫିସର- ବିଶ୍ୱ ରଜନ ବାରିକ ଦୁଇ ଜଣ ଏହି ଗାଁ ର ଲୋକ ମାନଙ୍କୁ କହିଲେ ଯେ ଗୋଟେ ସାଙ୍ଗରେ 8ଟି କିସ୍ତିର ଟଙ୍କା ଜମା କଲେ, ଆପଣଙ୍କୁ ଚାଷ ସମୟରେ ୧୫ଦିନ ଭିତରେ ଆଉ ଏକ ନୂଆଁ ଋଣ ଦିଆଯିବ କହିବାରୁ ସେମାନେ ୧୫ଦିନ ପାଇଁ ସେହି ଗାଁର ମହାଜନଙ୍କ ଠାରୁ ୧୦୦ଟଙ୍କା କୁ ୧୦ଟଙ୍କା ସୁଧରେ ହାରରେ ୬୩୨୦୦ହଜାର ଟଙ୍କା ଋଣ ଆଣି ଫିଲ୍ଡ଼ ଅଫିସର-ବିଶ୍ଵ ରଜନ ବାରିକ ହାତରେ ୬୩୨୦୦ହଜାର ଟଙ୍କା ଜମା ଦେଇଥିଲେ।କିନ୍ତୁ ପରେ ଆଉ ଉକ୍ତ ଲୋକ ମାନଙ୍କୁ ଋଣ କିମ୍ବା ମୂଳ ଟଙ୍କା ମଧ୍ୟ ମିଳିଲା ନାହିଁ।ସ୍ପନ୍ଦନା ଫାଇନାନ୍ସ ଅଫିସ ରେ ୩ମାସ ଯାଏଁ ଦଉଡି ଦଉଡି ସେମାନଙ୍କ ଚପଲ ଛିଣ୍ଡି ଗଲାଣି କିନ୍ତୁ ଏବେ ସୁଦ୍ଧା ସେହି ନିରୀହ ସରଳ ଲୋକ ମାନଙ୍କୁ ଋଣ ଦିଆଗଲା ନାହିଁ । ବ୍ୟାଙ୍କର କର୍ମଚାରୀ R.M କୁ ପଚାରି ବୁଝିବାରୁ ବ୍ୟାଙ୍କରେ ତୁମର ଟଙ୍କା ଜମା ହୋଇ ନାହିଁ । ସେମାନେ ତୁମର ପାସବହି ସମୀପସ୍ଥ ( Close)କରି ଲେଖିଛନ୍ତି। ସେହି ଟଙ୍କା କୁ ବ୍ୟାଙ୍କରେ ଜମା ନକରି ବ୍ୟାଙ୍କ ମ୍ୟାନେଜର ଓ ଫିଲ୍ଡ଼ ଅଫିସର ନିଜର ପ୍ୟାକେଟ୍ ରେ ଗରମ କରୁଥିବା ସୂଚନା ମିଳିଛି। ଏହି ନୀରିହ ଗରିବ ଲୋକମାନେ ୭୦ହଜାର ଟଙ୍କା ସହ ସୁଧ ପଇସା କେମିତି ସୁଝିବେ ଚିନ୍ତାରେ ପଡ଼ି ମୁଣ୍ଡରେ ହାତ ଦେଇ ବସିଛନ୍ତି।
ଏହିପରି ନୀରିହ ଗରିବ ଲୋକମାନେ ଫାଇନାନ୍ସ ଗ୍ରୁପରୁ ଟଙ୍କା ଉଠାଇ ସମସ୍ୟାରେ ଋଣି ହୋଇ ନିଜ ଘର ବିକ୍ରି କରି ଋଣ ସୁଝି ଦାଦନ ଖଟିବାକୁ ଯିବାକୁ ପ୍ରସ୍ତୁତ ହଉଥିବା ବେଳେ କେହି କେହି ଋଣ ପରିଷଦ କରି ନପାରି ଆତ୍ମହତ୍ୟା କରିବୁ ବୋଲି ସୂଚନା ଦେଇଛନ୍ତି।ଏହିପରି ଭାବେ ଗରିବ ଲୋକମାନଙ୍କୁ ଟଙ୍କା ଠକି ନେଇ ମାଲାମାଲ ହେଉଛନ୍ତି ଅଫିସର ବାବୁମାନେ।ଏହାର ତୁରନ୍ତ ତଦନ୍ତ କରି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସାଧାରଣରେ ଦାବି ହେଇଛି।ଏହି ପରି ଆଉ କେତେ ଲୋକ ମାନେ ଏହି ଫାଇନାନ୍ସ ଗ୍ରୁପ ମାନଙ୍କ ର ଠକେଇ ର ଶିକାର ହେଇଛନ୍ତି ତାହା ତଦନ୍ତ କରାଯିବାକୁ ଦାବି କରାଯାଇଛି।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.