ETV Bharat / state

କଟକଣା କୋହଳ ପରେ ହଳ ଲଙ୍ଗଳ ଧରି ଚାଷ ଆରମ୍ଭ କଲେ ଚାଷୀ - corona lockdown relaxsation

ଚାଷ କାମରେ କୋରୋନା କଟକଣା କୋହଳ ପରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳର ଜମିରେ ଚାଷୀମାନେ ଗୋବର ଖତ ପକାଇ ହଳ କରି ଜମିକୁ ଚାଷ ଉପଯୋଗୀ କରୁଥିବାର ଦେଖିବାକୁ ମିଳିଛି l ଅଧିକ ପଢନ୍ତୁ...

କଟକଣା କୋହଳ ପରେ ହଳ ଲଙ୍ଗଳ ଧରି ଚାଷ ଆରମ୍ଭ କଲେ ଚାଷୀ

author img

By

Published : Apr 20, 2020, 10:49 PM IST

ନବରଙ୍ଗପୁର: ଦେଶରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ରହିଛି ଲକଡାଉନ୍‌ । ଏହି କୋରୋନା ଲକଡାଉନ୍‌କୁ ନେଇ ଚାଷ କାର୍ଯ୍ୟ କିପରି ଚାଲିବ ଭାବି ଚିନ୍ତାରେ ଥିଲେ ଚାଷୀ l ଚାଷ କାର୍ଯ୍ୟରେ ଲକଡାଉନ କଟକଣା କୋହଳ ହେବା ପରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି l ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ସରକାର ଅନୁମତି କ୍ରମେ ହଳ ଲଙ୍ଗଳ ଧରି ନିଜ ନିଜର ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି ଏହି ଚାଷୀ l

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳର ଜମିରେ ଚାଷୀମାନେ ଗୋବର ଖତ ପକାଇ ହଳ କରି ଜମିକୁ ଚାଷ ଉପଯୋଗୀ କରୁଥିବାର ଦେଖିବାକୁ ମିଳିଛି l ତେବେ ଏହି ଚାଷ କାର୍ଯ୍ୟ ସମୟରେ ସମାଜିକ ଦୂରତାକୁ ବଜାୟ ରଖିବା ପାଇଁ ଗୁରୁତ୍ବ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.