ETV Bharat / state

ଘରୁ ଡାକି ନେଇ ହତ୍ୟା, ପରେ ଆତ୍ମସମର୍ପଣ

author img

By

Published : Apr 24, 2021, 11:01 PM IST

ଘରୁ ଡାକିନେଇ ଜଙ୍ଗଲରେ ପିଟି ପିଟି ହତ୍ୟା ପରେ ଥାନାରେ ସମର୍ପଣ କଲା ଅଭିଯୁକ୍ତ । ଅଧିକ ପଢନ୍ତୁ...

ପ୍ରତିକାତ୍ମକ ଚିତ୍ର
ପ୍ରତିକାତ୍ମକ ଚିତ୍ର

ନବରଙ୍ଗପୁର: ଠେଙ୍ଗାରେ ପିଟି ପିଟି ବୃଦ୍ଧକୁ ହତ୍ୟା କରିବା ପରେ ଥାନାରେ ଆତ୍ମ ସମର୍ପଣ କଲା ଅଭିଯୁକ୍ତ । ଜଙ୍ଗଲରୁ ମୃତଦେହ ଉଦ୍ଧାର କଲା ପୋଲିସ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁରେ ।

ମୃତକ ଜଣକ ହେଲେ ମାନିଗାଁର ଭଗ୍ନ ମାଝୀ(୫୫) । ଅଭିଯୁକ୍ତ ଜଣକ ସେହି ଗ୍ରାମର ବଇଦୁ ମାଝୀ (୪୦) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଡ଼ାବୁଗାଁ ଥାନା ଅନ୍ତର୍ଗତ ମାନିଗାଁର ଭଗ୍ନ ମାଝୀଙ୍କ ଝିଅ ପ୍ରଶାନ୍ତିର ବାହାଘର ଗତକାଲି(ଶୁକ୍ରବାର) ମାନିଗାଁର ଜଣେ ଯୁବକଙ୍କ ସହ ହୋଇଥିଲା । ପରିବାର ଲୋକେ ହସଖୁସିରେ ଥିବାବେଳେ ବଇଦୁ କୌଣସି କାରଣ ପାଇଁ ଭଗ୍ନକୁ ନିକଟସ୍ଥ ଜଙ୍ଗଲକୁ ଡାକିଥିଲେ । ଏହାପରେ ସେ ସେଠାରେ ଭଗ୍ନଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି । ମୃତଦେହ ନେଇ ଅନ୍ୟତ୍ର ଯିବାବେଳେ ସ୍ଥାନୀୟ ଲୋକେ ଦେଖିବାରୁ ସେହିଠାରେ ଛାଡି ଚାଲିଯାଇଥିବା ଜଣାପଡିଛି ।

ପରେ ମଧ୍ୟାହ୍ନରେ ବଇଦୁ ଆତ୍ମସମର୍ପଣ କରିଛି । ତେବେ କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଛି ସେନେଇ ସ୍ପଷ୍ଟ ହୋଇନାହିଁ । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.