ETV Bharat / state

୭ ଲକ୍ଷ ଟଙ୍କାର ସୁନା ଶଙ୍ଖ ଠକେଇ, ୨ ଜଣଙ୍କୁ ବାନ୍ଧିଲା ପୋଲିସ - ସୁନା ଶଙ୍ଖ ଠକେଇ ମାମଲାରେ ଅଭିଯୁକ୍ତ ଗିରଫ

ନକଲି ସୁନା ଶଙ୍ଖ ଦେଇ ତାମିଲନାଡୁର ଜଣେ ବ୍ୟକ୍ତିଙ୍କଠାରୁ ଲୁଟିନେଲେ ଲକ୍ଷଲକ୍ଷ ଟଙ୍କା । ଦୁଇ ଜଣଙ୍କୁ କାବୁ କଲା ଉମରକୋଟ ପୋଲିସ । ଅଧିକ ପଢ଼ନ୍ତୁ

ନକଲି ସୁନା ଶଙ୍ଖ କାରବାର
ନକଲି ସୁନା ଶଙ୍ଖ କାରବାର
author img

By

Published : Jul 16, 2023, 5:26 PM IST

ନକଲି ସୁନା ଶଙ୍ଖ କାରବାର

ନବରଙ୍ଗପୁର: ନକଲି ସୁନା ଶଙ୍ଖ କାରବାରରେ ଦୁଇ ଜଣଙ୍କୁ କାବୁ କଲା ଉମରକୋଟ ପୋଲିସ । ନକଲି ସୁନାଶଙ୍ଖ ବିକ୍ରି କରି ୮ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଉମରକୋଟ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଅଭିଯୁକ୍ତ ସୁରେନ୍ଦ୍ର ହରିଜନ ଓ ବଳରାମ ପନକା ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ ନଗଦ ୨ ଲକ୍ଷ ୬୮ ହଜାର ଟଙ୍କା ଓ ୪ କେଜି ୧୭୦ ଗ୍ରାମର ନକଲି ଶଙ୍ଖ ଜବତ କରିଛି ଉମରକୋଟ ପୋଲିସ ।

ଏହା ବି ପଢ଼ନ୍ତୁ ମହାପ୍ରଭୁଙ୍କ ନାଁରେ ପୁଣି ଅନଲାଇନ ଠକେଇ, ଡଲାରରେ ଦକ୍ଷିଣା ଦେଉଛନ୍ତି ଭକ୍ତ

ସୂଚନା ଅନୁଯାୟୀ, ତାମିଲନାଡୁର କୁଡାଲୁର ଜିଲ୍ଲାର ସମ୍ମାତୀକୁପାମ ଗ୍ରାମର ଏ.ମାଣିଗନ୍ଦନ ଗତ ଏପ୍ରିଲ ୨ ତାରିଖ ଦିନ କାମରେ ନିୟୋଜିତ ପାଇଁ ଶ୍ରମିକଙ୍କୁ ନେବାପାଇଁ ଉମରକୋଟ ଆସିଥିଲେ । ଏହି ସମୟରେ ଉମରକୋଟ ଥାନା ଅନ୍ତର୍ଗତ କାନାକୋଟ ଗ୍ରାମର ସୁରେନ୍ଦ୍ର ହରିଜନ ଓ ଡାବୁଗାଁ ଥାନା ଅନ୍ତର୍ଗତ କଇଗାଁ ଗ୍ରାମର ବଳରାମ ପନକାଙ୍କ ସହ ସାକ୍ଷାତ ହୋଇଥିଲା । ୨ ଜଣ ମାଣିଗନ୍ଦନଙ୍କୁ ଏକ ସୁନା ଶଙ୍ଖ ଦେଖାଇ ଥିଲେ । ଏହାର ମୂଲ୍ୟ ୧୦ ଲକ୍ଷ ଟଙ୍କା କହିଥିଲେ କିନ୍ତୁ ୮ ଲକ୍ଷ ଟଙ୍କାରେ ସହମତି ହୋଇଥିଲା । ମାଣିଗନ୍ଦନ ସଙ୍ଗେସଙ୍ଗେ ବଳରାମ ପନକାର ମୋବାଇଲ ନମ୍ବରରେ ୩୦ ହଜାର ଟଙ୍କା ପଠାଇଥିଲେ । ନଗଦ ୭ ଲକ୍ଷ ୭ ହଜାର ଟଙ୍କା ବି ଦେଇଥିଲେ । ମାଣିଗନ୍ଦନ ସୁନା ଶଙ୍ଖକୁ ଧରି ତାମିଲନାଡୁ ଯାଇ ସେଠାରେ ସୁନାରି ନିକଟରେ ଏହି ଶଙ୍ଖକୁ ଦେଖାଇଥିଲେ । ସୁନାରି ଯେତେବେଳେ ଏହା ସୁନା ନୁହେଁ ପିତ୍ତଳ ବୋଲି କହିଲା ମାଣିଗନ୍ଦନଙ୍କର ହୋସ ଉଡ଼ିଯାଇଥିଲା ।

ଏହା ବି ପଢ଼ନ୍ତୁ AIIMS Job scam: ଧରାପଡ଼ିଲା ନକଲି ଅତିରିକ୍ତ ବିଏମସି କମିଶନର

୧୧ ତାରିଖ ଦିନ ମାଣିଗନ୍ଦନ ଉମରକୋଟ ଆସି ଥାନା ନକଲି ସୁନା ଶଙ୍ଖ ବିକ୍ରି କରିଥିବା ଦୁଇ ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ଥାନା ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦାଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରି ସବଇନ୍ସପେକ୍ଟର ସନ୍ତୋଷ କୁମାର ମାଝୀ ଓ ଅକ୍ଷୟ କୁମାର ମିଶ୍ରଙ୍କ ସାଇବର ସେଲ୍‌ର ସହାୟତା ନେଇ ମାମଲାର ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ସୁରେନ୍ଦ୍ର ହରିଜନ ଓ ବଳରାମକୁ ସେମାନଙ୍କ ଗାଁରୁ ପୋଲିସ ଗିରଫ କରିଛି । ଦୁଇ ଅଭିଯୁକ୍ତଙ୍କଠାରୁ ନଗଦ ୨ ଲକ୍ଷ ୬୮ ହଜାର ଟଙ୍କା ଓ ୪ କେଜି ୧୭୦ ଗ୍ରାମର ନକଲି ଶଙ୍ଖ ଜବତ କରିଛି ଉମରକୋଟ ପୋଲିସ । ତେବେ ଏହି ଘଟଣାରେ ଆହୁରି କିଛି ଯୁବକଙ୍କର ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଛି । ଏହାର ତଦନ୍ତ କରି ଏଥିରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଗୋବିନ୍ଦ ଚନ୍ଦ୍ର ବୁରୁଦା ସୂଚନା ଦେଇଛନ୍ତି । ତେବେ ଉକ୍ତ ଘଟଣାକୁ ମିଶାଇ ନବରଙ୍ଗପୁର ଜିଲ୍ଲାରେ ନକଲି ସୁନା ଶଙ୍ଖ ବିକ୍ରି ଘଟଣା ପଞ୍ଚମ ଥର ଘଟିଲାଣି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.