ନବରଙ୍ଗପୁର: ରାଇଘର ବ୍ଲକ ଅନ୍ତର୍ଗତ ଯୋଡେଙ୍ଗା ପଞ୍ଚାୟତର ଏକ କଲଭର୍ଟ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ଦେବଭରଣ୍ଡି ଗାଁର ଦେଓନାଥ ଗଣ୍ଡ ବୋଲି ଜଣାପଡିଛି ।
ବୁଧବାର ଜଣେ ଯୁବକ ପାଣିରେ ଭାସୁଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ଏହା ପରେ ରାଇଘର ପୋଲିସକୁ ଖବର ଦେଇଥିଲେ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଏହା ଆତ୍ମହତ୍ୟା ନା ହତ୍ୟା ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ