ETV Bharat / state

ରାସ୍ତାକଡରୁ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର ପରେ ଥଇଥାନ କଲେ ସ୍ବପ୍ନା - ରାସ୍ତା କଡରୁ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର

ମାନବିକତା ଦେଖାଇଲେ ଯୁବତୀ । ରାସ୍ତା କଡରୁ ଜଣେ ଅଜଣା ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମରେ କରିଛନ୍ତି ଥଇଥାନ । ଅଧିକ ପଢନ୍ତୁ...

ରାସ୍ତା କଡରୁ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର ପରେ ଥଇଥାନ କଲେ ଯୁବତୀ ସ୍ବପ୍ନା

author img

By

Published : Oct 3, 2020, 7:53 PM IST

ନବରଙ୍ଗପୁର: ମାନବିକତା ଦେଖାଇଲେ ଯୁବତୀ । ରାସ୍ତା କଡରୁ ଜଣେ ଅଜଣା ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରି ଥଇଥାନ କରିଛନ୍ତି ।

ନବରଙ୍ଗପୁର ସହରରୁ ମାତ୍ର 2 କିମି ନିକଟରେ ରଙ୍ଗମାଟିଗୁଡା ଛକ ରାସ୍ତା କଡରେ ଅତି ଦୟନୀୟ ଅବସ୍ଥାରେ ରାସ୍ତାରେ ପଡି ରହିଥିଲେ ଜଣେ ବୃଦ୍ଧ । ଦୀର୍ଘ 5 ଦିନ ଧରି ବୃଦ୍ଧ ଜଣକ ରାସ୍ତା କଡରେ ପଡିରହିଥିବା ବେଳେ କେହି ତାଙ୍କୁ ସାହାଯ୍ୟ କରୁଥିଲେ । ହେଲେ ଉକ୍ତ ରାସ୍ତା ଦେଇ ଯାଉଥିବା ସ୍ବପ୍ନା ପଟ୍ଟନାୟକ ନାମକ ଯୁବତୀଙ୍କ ନଜରକୁ ଆସିଥିଲେ ବୃଦ୍ଧ । ତୁରନ୍ତ ସେ ବୃଦ୍ଧ ନିକଟକୁ ଯାଇ ତାଙ୍କ ସମ୍ପର୍କରେ ପଚାରି ବୁଝିଥିଲେ ହେଲେ କୌଣସି ସୂଚନା ପାଇପାରିନଥିଲେ ।

ରାସ୍ତା କଡରୁ ଅସହାୟ ବୃଦ୍ଧଙ୍କୁ ଉଦ୍ଧାର ପରେ ଥଇଥାନ କଲେ ଯୁବତୀ ସ୍ବପ୍ନା

ଆଉ ଏହି ଅସହାୟ ବୃଦ୍ଧଙ୍କୁ ଗୁରୁତର ଭାବେ ନେଇ ଥଇଥାନ କରିବାକୁ ନେଇଥିଲେ ନିଷ୍ପତ୍ତି । ଆଉ ଆରମ୍ଭ ହୋଇଥିଲା ସ୍ବପ୍ନାଙ୍କ ମିଶନ ବୃଦ୍ଧ । କାହାକୁ କିଛି ସାହାଯ୍ୟ ନମାଗି ନିଜେ ତାଙ୍କୁ ସଫା ସୁତୁରା କରି ଖୁଆଇବାକୁ ଦେଇ ଏକ ଅଟୋ ସାହାଯ୍ୟରେ ବୃଦ୍ଧାଶ୍ରମକୁ ନେଇ ଥଇଥାନ କରିଛନ୍ତି । ତେବେ ଉକ୍ତ ବୃଦ୍ଧଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କୁ କିଏ ରାସ୍ତା କଡରେ ଆଣି ଛାଡି ଯାଇଥିବା ଜଣାପଡୁଛି । ସେ ତେଲେଗୁ ଭାଷାରେ କିଛି କିଛି କହୁଥିବା ବେଳେ ଠିକ୍ ଭାବେ ଚାଲି ପାରୁନାହାନ୍ତି । ବର୍ତ୍ତମାନ ସେ ବୃଦ୍ଧାଶ୍ରମରେ ଥିବାବେଳେ ଖାଇବା, ପିଇବା , ରହିବା ଠାରୁ ଆରମ୍ଭ କରି ଚିକିତ୍ସା କରାଯାଉଛି । ତେବେ ସେ ଯେତେଦିନ ସେଠାରେ ରହିବେ ତାଙ୍କୁ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇଦିଆଯିବ ବୋଲି ବୃଦ୍ଧାଶ୍ରମ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.