ETV Bharat / state

ନାଗସାପ କାମୁଡାରେ ଯୁବତୀଙ୍କ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତ ଝାଲିଆଗୁଡା ଗାଁର ଘାସିଆ ଜାନିଙ୍କ 18 ବର୍ଷୀୟ ଝିଅ ଵେଲମତି ଜାନିଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି ।

author img

By

Published : Jun 21, 2020, 10:49 PM IST

snake bites
ସାପ କାମୁଡାରେ ଯୁବତୀଙ୍କ ମୃତ୍ୟୁ

ନବରଙ୍ଗପୁର: ଶୋଇଥିବା ଅଵସ୍ଥାରେ ଏକ ବିଷଧର ନାଗସାପ କାମୁଡିବାରୁ ଯୁବତୀଙ୍କ ମୃତ୍ୟୁ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତ ଝାଲିଆଗୁଡା ଗାଁର ଘାସିଆ ଜାନିଙ୍କ 18 ବର୍ଷୀୟ ଝିଅ ଵେଲମତି ଜାନିଙ୍କ ସାପ କାମୁଡାରେ ମୃତ୍ୟୁ ଘଟିଛି ।

ସାପ କାମୁଡାରେ ଯୁବତୀଙ୍କ ମୃତ୍ୟୁ

ସେ ଦିନ ବେଳେ ଖାଇ ସାରି ନିଜ ଘରେ ଶୋଇଥିବା ଅଵସ୍ଥାରେ ଏକ ବିଷଧର ନାଗସାପ ବେଲମତିଙ୍କ ପିଠିରେ କାମୁଡ଼ି ଦେଇଥିଲା। ଵେଲମତିଙ୍କ ଚିତ୍କାର ଶୁଣି ପରିବାର ଓ ଗାଁ ଲୋକଙ୍କ ସହାୟତାରେ ୧୦୮ ଗାଡ଼ିକୁ ଡକାଇ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ନେଇଥିଲେ।

ଡାକ୍ତର ଵେଲମତିକୁ ପ୍ରାଥମିକ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ। ମୃତ ଵେଲମତିର ବାପା ଏନେଇ ପାପଡାହାଣ୍ଡି ଥାନାରେ ଏକ ଏତଲା ଦେଇଛନ୍ତି। ପାପଡାହାଣ୍ଡି ପୋଲିସ ଏତଲାକୁ ଭିତ୍ତି କରି ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

ଏହାସହ ମୃତଦହକୁ ଜବତ କରି ଡାଵୁଗାଁକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି ।

ନବରଙ୍ଗପୁର ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.