ETV Bharat / sports

ପ୍ରଥମ ମ୍ୟାଚ୍‌ ପରେ ହାର୍‌ ମାନିଗଲେ ବାଂଲା ଅଧିନାୟକ ! କହିଲେ ଆମେ ଜାଣନୁ କେମିତି ହୁଏ ଟି20ରେ 180 ରନ

IND VS BAN T20 : ପ୍ରଥମ ଟି20 ମ୍ୟାଚ୍‌ରେ ଶୋଚନୀୟ ପରାଜୟ ପରେ ବାଂଲାଦେଶ ଅଧିନାୟକଙ୍କ ଆଶ୍ଚର୍ଯ୍ୟଜନକ ବୟାନ । କହିଲେ ଆମେ ଜାଣନୁ କେମିତି ହୁଏ 180 । ଅଧିକ ପଢ଼ନ୍ତୁ

author img

By ETV Bharat Sports Team

Published : 2 hours ago

IND VS BAN T20
IND VS BAN T20 (ANI)

ହାଇଦ୍ରାବାଦ : ରବିବାର ଦିନ ବାଂଲାଦେଶ ଓ ଭାରତ ମଧ୍ୟରେ 3 ମ୍ୟାଚ୍‌ ବିଶିଷ୍ଟ ଟି20 ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଭାରତୀୟ ଦଳ ଏକ ଚମତ୍କାର ବିଜୟ ହାସଲ କରିଛି । ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏହି ମ୍ୟାଚ୍‌କୁ ବହୁ ବଲ ବାକି ଥାଇ ଟିମ୍‌ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 20 ଓଭରରେ ମାତ୍ର 127 ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତ ମାତ୍ର 11.5 ଓଭରରେ ଟାର୍ଗେଟ ହାସଲ କରିନେଇଥିଲା ।

'ଆମେ 180 କେମିତି ସ୍କୋର ହେବ ଜାଣିନୁ' :-

ମଧ୍ୟପ୍ରଦେଶର ଗ୍ବାଲିଅରସ୍ଥିତ ନ୍ୟୁ ମାଧବରାଓ ସିନ୍ଧିଆ ଷ୍ଟାଡିୟମରେ ଭାରତ ବିପକ୍ଷ ପ୍ରଥମ ଟି20 ମ୍ୟାଚ୍‌ରେ ବାଂଲାଦେଶର ଲଜ୍ଜାଜନକ ପରାଜୟ ପରେ ବାଂଲାଦେଶ ଅଧିନାୟକ ନାଜମୁଲ ହୋସେନ ଶାନ୍ତୋ ଏକ ଆଶ୍ଚର୍ଯ୍ୟଜନକ ଟିପ୍ପଣୀ ରଖିଛନ୍ତି । ଶାନ୍ତୋ କହିଛନ୍ତି ଯେ, ବାଂଲାଦେଶ ବ୍ୟାଟରମାନେ ଟି20ରେ 180 ରନ୍ କିପରି ସ୍କୋର କରିବେ ଜାଣନ୍ତି ନାହିଁ ଏବଂ ଏହା ଦଳ ପାଇଁ କ୍ଷତି ଘଟାଉଛି । ପ୍ରଥମ ଟି20 ମ୍ୟାଚ୍‌ରେ ବାଂଲାଦେଶ 7 ୱିକେଟ୍‌ରେ ଭାରତ ଠାରୁ ହାରିବା ପରେ ପ୍ରେସମିଟ୍‌ରେ ଏହା କହିଛନ୍ତି ଶାନ୍ତୋ ।

ଶାନ୍ତୋ କହିଛନ୍ତି, "ଆମର ଶକ୍ତି ଅଛି, କିନ୍ତୁ ଆମର ଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ଅଛି । ଗତ 10 ବର୍ଷ ଧରି ଆମେ ଏହିପରି ବ୍ୟାଟିଂ କରୁଛୁ । ବେଳେବେଳେ ଆମେ ଭଲ ପ୍ରଦର୍ଶନ କରୁ । ବୋଧହୁଏ ଘରୋଇ ମୈଦାନରେ ଯେଉଁଠାରେ ଆମେ ଅଭ୍ୟାସ କରୁଛୁ, ସେଠାରେ ଆମକୁ କିଛି ପରିବର୍ତ୍ତନ କରିବାକୁ ପଡିବ । ଆମେ ଆମ ଦେଶରେ 140-150 ରନ ହେବା ଭଳି ୱିକେଟ୍‌ରେ ଖେଳୁଛୁ । ତେଣୁ ଆମର ବ୍ୟାଟରମାନେ 180 ରନ୍‌ କିପରି ସ୍କୋର କରିବେ ଜାଣନ୍ତି ନାହିଁ । ମୁଁ କେବଳ ୱିକେଟ୍‌କୁ ଦାୟୀ କରିବି ନାହିଁ, ଆମକୁ ଦକ୍ଷତା ଏବଂ ମାନସିକତାକୁ ମଧ୍ୟ ବିଚାର କରିବାକୁ ପଡିବ ।"

'ପାୱାର-ପ୍ଲେରେ ବଡ଼ ସ୍କୋର ଜରୁରୀ' :-

ପାୱାର-ପ୍ଲେରେ ପର୍ଯ୍ୟାପ୍ତ ରନ୍ ସ୍କୋର କରିବାରେ ସକ୍ଷମ ନହେବା ଚିନ୍ତାର ବିଷୟ ବୋଲି ବାଂଲାଦେଶ ଅଧିନାୟକ କହିଛନ୍ତି । ଏବଂ ସେ ଆଶା କରିଛନ୍ତି ଯେ ତାଙ୍କ ଖେଳାଳିମାନେ ଦାୟିତ୍ବ ଗ୍ରହଣ କରି ପ୍ରଥମ 6 ଓଭରରେ ବଡ଼ ରନ୍ ସ୍କୋର କରିବେ । ସେ କହିଛନ୍ତି, "ପାୱାର-ପ୍ଲେ ନିଶ୍ଚିତ ଭାବରେ ଚିନ୍ତାର ବିଷୟ । ଆମେ ଖେଳ ପୂର୍ବରୁ ମଧ୍ୟ କଥା ହୋଇଥିଲୁ ଯେ, ଯଦି ଆମେ ବ୍ୟାଟ୍‌ ସହିତ ଭଲ ଆରମ୍ଭ କରିବା, ତେବେ ଆମେ ସଫଳ ହେବା । ପାୱାର-ପ୍ଲେରେ ୱିକେଟ୍ ସଞ୍ଚୟ କରି ଆମକୁ ରନ୍ ସ୍କୋର କରିବାକୁ ପଡିବ ।"

ଶାନ୍ତୋଙ୍କ କହିବା ଅନୁଯାୟୀ, ପ୍ରଥମ ଟି20ରେ ଭାରତ ବିପକ୍ଷରେ ବାଂଲାଦେଶ ଯେପରି ଖେଳିଲା, ଦଳ କିନ୍ତୁ ତା'ଠାରୁ ଆହୁରି ଭଲ ପ୍ରଦର୍ଶନ କରିପାରିଥାଆନ୍ତା । ବାଂଲାଦେଶ ଏକ ଭଲ ଦଳ ଏବଂ ସେ ଅନୁଭବ କରୁଛନ୍ତି ଯେ ସିରିଜର ପ୍ରଥମ ମ୍ୟାଚ୍‌ରେ ବ୍ୟାଟିଂ ୟୁନିଟ୍ ଭାବରେ ତାଙ୍କ ଦଳ ବିଫଳ ହୋଇଛି । ସେ କହିଛନ୍ତି, "ମୁଁ କହିବି ନାହିଁ ଯେ ଆମେ ଖରାପ ଖେଳିଲୁ, ହେଲେ ଆମେ ପ୍ରକୃତରେ ଏହା ଅପେକ୍ଷା ଆହୁରି ଏକ ଭଲ ଦଳ ।"

ପ୍ରକାଶ ଥାଉ, ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟି20 ବୁଧବାର (ଅକ୍ଟୋବର 9) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.