ETV Bharat / state

ନାକଚ ହେଲା ସମିତି ସଭ୍ୟ ନାମାଙ୍କନ, ଆମରଣ ଅନଶନରେ ନମିତା - ସମିତି ସଭ୍ୟ ନାମାଙ୍କନ ପତ୍ର ନାକଚ

ସମିତି ସଭ୍ୟ ପ୍ରାର୍ଥୀରୁ ବଞ୍ଚିତ ହେବାରୁ ବିଡିଓ ଅଫିସ ସମ୍ମୁଖରେ ନମିତାଙ୍କ ଆମରଣ ଅନଶନ । ଅଧିକ ପଢନ୍ତୁ

ସମିତି ସଭ୍ୟ ଟିକେଟ ନାକଜ ହେବାରୁ ଆମରଣ ଅନଶନରେ ନମିତା ସଗରିଆ

author img

By

Published : Jan 23, 2022, 3:07 PM IST

ନବରଙ୍ଗପୁର: ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରହିଛି ରାଜନୀତି ପାଣିପାଗ । ଶୁକ୍ରବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ଏହାପରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ସମିତି ସଭ୍ୟ ପ୍ରାର୍ଥୀରୁ ବଞ୍ଚିତ ହେବାରୁ ବିଡିଓ ଅଫିସ ସମ୍ମୁଖରେ ନମିତାଙ୍କ ଆମରଣ ଅନଶନ। ଜିଲ୍ଲାର ବିଡିଓ ଅଫିସ ସମ୍ମୁଖରେ ସେ ଅନଶନରେ ବସିଛନ୍ତି ।

ସମିତି ସଭ୍ୟ ଟିକେଟ ନାକଜ ହେବାରୁ ଆମରଣ ଅନଶନରେ ନମିତା ସଗରିଆ

ତେନ୍ତୁଳିଖୁଣ୍ଟି ବ୍ଳକ କାମତା ଜୋନ 1 ପଞ୍ଚାୟତରେ ସମିତି ସଭ୍ୟ ଭାବେ ନମିତା ସଗରିଆ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାଞ୍ଚ ସମୟରେ ଜାଲ ଜାତିଗତ ପ୍ରମାଣପତ୍ର ଦେଇଥିବା ଦର୍ଶାଇ ନାମାଙ୍କନ ପତ୍ର ନାକଚ ହୋଇଛି । ଗତ ଜାନୁଆରୀ 18ରେ SC ପ୍ରମାଣପତ୍ର ମିଳିଥିବା ସତ୍ବେ କେଉଁ ଆଧାରରେ ଜାଲ ହେଲା ସେ ଦାବି କରି ଗତକାଲି ଠାରୁ ଆମରଣ ଅନଶନରେ ବସିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘‘ମୁଁ ଗର୍ଭବତୀ ଅଛି , ଯଦି ମୋତେ ପ୍ରମାଣପତ୍ର ଦେଇ ସମିତି ସଭ୍ୟ ପାଇଁ ଲଢିବାକୁ ସୁଯୋଗ ଦିଆନଯାଏ ତେବେ ମୁଁ ଆତ୍ମହତ୍ୟା କରିବି’’ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.