ETV Bharat / state

ଚେପଟିଆମ୍ବା ଗାଁରେ ବ୍ୟାପୁଛି ଚର୍ମ ରୋଗ, ୧୫ ଦିନରେ ୨୫ ଶିଶୁ ଆକ୍ରାନ୍ତ - ୧୫ ଦିନରେ ୨୫ ଶିଶୁ ଆକ୍ରାନ୍ତ

ନବରଙ୍ଗପୁର ଜିଲ୍ଲା ଚେପଟିଆମ୍ବା ଗାଁରେ ଏକ ଚର୍ମ ରୋଗରେ ଛୋଟ ଛୋଟ ଶିଶୁମାନେ ଆକ୍ରାନ୍ତ ହେଉଛନ୍ତି । ଏହି ଚର୍ମ ରୋଗ ଦ୍ରୁତ ଗତିରେ ଗାଁରେ ବ୍ୟାପୁଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ..

ଚେପଟିଆମ୍ବା ଗାଁରେ ବ୍ୟାପୁଛି ଚର୍ମ ରୋଗ
ଚେପଟିଆମ୍ବା ଗାଁରେ ବ୍ୟାପୁଛି ଚର୍ମ ରୋଗ
author img

By

Published : Jul 10, 2023, 6:23 AM IST

ନବରଙ୍ଗପୁର: ଉପକୂଳରେ ଡେଙ୍ଗୁ କାୟା ବିସ୍ତାର କରୁଥିବା ବେଳେ ଦୁର୍ଗମ ଅଞ୍ଚଳରେ କାୟା ବିସ୍ତାର କରୁଛି ଚର୍ମ ରୋଗ । ନବରଙ୍ଗପୁର ଜିଲ୍ଲା ଚେପଟିଆମ୍ବା ଗାଁରେ ଏକ ଚର୍ମ ରୋଗରେ ଛୋଟ ଛୋଟ ଶିଶୁମାନେ ଆକ୍ରାନ୍ତ ହେଉଥିବା ବେଳେ ଧୀରେଧୀରେ ଗାଁରେ ବ୍ୟାପକ ମାତ୍ରାରେ ସଂକ୍ରମଣ ସଂଖ୍ୟା ବ୍ୟାପିବାରେ ଲାଗିଛି । ଗତ ୧୫ ଦିନ ମଧ୍ୟରେ ପ୍ରାୟ ୨୫ ଶିଶୁଙ୍କୁ ଏହି ଚର୍ମ ରୋଗ ହେବାପରେ ଲୋକେ ଭୟଭୀତ ହେବା ସହ ଚିନ୍ତାରେ ରହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ପଡ଼ୋଶୀ କରମଚାନ୍ଦଗୁଡ଼ା ଗ୍ରାମର ଜଣେ ଶିଶୁ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ୧୫ ଦିନ ତଳେ ଚେପଟିଆମ୍ବା ଗ୍ରାମର ଜଣେ ଶିଶୁର ଓଠ ପାଖ ଲାଲ୍‌ ହୋଇଯାଇଥିଲା । ପରେ ସେହି ସ୍ଥାନରେ ଘା' ହୋଇଥିଲା । ଧୀରେଧୀରେ ମୁହଁରେ ଘା' ବ୍ୟାପିଯାଇଥିଲା । ଶିଶୁର ହୋଇଥିବା ଏହି ରୋଗ କ୍ରମଶଃ ଗାଁର ଅନ୍ୟ ଶିଶୁଙ୍କୁ ବ୍ୟାପିଥିଲା । ଗତ ୧୫ ଦିନ ମଧ୍ୟରେ ଗ୍ରାମର ପ୍ରାୟ ୨୦ରୁ ୨୫ ଜଣ ଶିଶୁ ଏହି ଚର୍ମ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି ରୋଗ ପ୍ରଥମେ ଶିଶୁ ମାନଙ୍କ ମୁହଁରେ ଛୋଟ ଫୋଟକା ପରି ବାହାରି ଗୋଟେ ଦୁଇ ଦିନ ମଧ୍ୟରେ ମୁହଁ ସାରା ଘା' ହେବା ସହ ପରବର୍ତ୍ତୀ ସମୟରେ ଶିଶୁଙ୍କ ସମ୍ପୂର୍ଣ୍ଣ ଶରୀରରେ ଏହି ଚର୍ମ ରୋଗ ବ୍ୟାପୁଛି । ଏହି ରୋଗରେ 0-୪ ବର୍ଷ ପର୍ଯ୍ୟନ୍ତ ଶିଶୁ ମାନେ ଆକ୍ରାନ୍ତ ହେଉଥିବା ବେଳେ ଶିଶୁମାନଙ୍କ ଶରୀର ପ୍ରବଳ ଖୁଣ୍ଡାଇ ହୋଇଥାଏ ବୋଲି ଶିଶୁମାନଙ୍କ ପରିବାର ଲୋକେ କହିଛନ୍ତି । ବର୍ତ୍ତମାନ ଗାଁରେ ଶିଶୁମାନଙ୍କ ସହ ୪ରୁ ୫ ଜଣ ବ୍ୟକ୍ତି ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଏହି ରୋଗକୁ ଗ୍ରାମବାସୀ ପ୍ରଥମେ ବସନ୍ତ ବୋଲି ଭାବି ଝୁଣା, ଧୂପ, ପୂଜା ପାଠ ଆଦି ପଦ୍ଧତି ଆମ୍ବଲନ କରି ଚିକିତ୍ସା କରୁଥିବା ବେଳେ କୌଣସି ଫଳପ୍ରଦ ନହୋଇ ଓଲଟା ସାରା ଗାଁରେ ବ୍ୟାପି ଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସାରା ମାଡ଼ିଗଲାଣି ଆଖିଧରା ରୋଗ, ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ତେବେ ପୋଡ଼ଶୀ ଗାଁ ଗୁଡ଼ିକରେ ମଧ୍ୟ କିଛି ଶିଶୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ଚେପଟିଆମ୍ବା ଗାଁରେ ବ୍ୟାପକ ଭାବେ ସଂକ୍ରମଣ ହେଉଥିବା ବେଳେ ଗାଁରେ ଭଲ ଡାକ୍ତରୀ ଟିମ୍‌ ସହ ଭଲ ଔଷଧ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଏନେଇ ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ ପ୍ରକାଶ ନାୟକ ଚେପଟିଆମ୍ବା ଗାଁରେ ଡାକ୍ତର ଟିମ୍‌ ଯାଇ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ସହ ଔଷଧ ଦିଆଯାଇଛି ବୋଲି କହିଛନ୍ତି । ଯଥାଶୀଘ୍ର ଆକ୍ରାନ୍ତମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ହେବା ସହ ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ଝରିଗାଁ ଗୋଷ୍ଠୀ ଚିକିତ୍ସା ଅଧିକାରୀ । ଚେପଟିଆମ୍ବା ଗ୍ରାମ ବ୍ଲକର ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଲୋକମାନେ ସ୍ବାସ୍ଥ୍ୟ ପ୍ରତି ଏତେ ସଚେତନ ନୁହନ୍ତି । ତେଣୁ ପ୍ରଶାସନ ଚେପଟିଆମ୍ବା ଗ୍ରାମବାସୀଙ୍କୁ ସଚେତନ କରିବା ସହ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେଲେ ଆକ୍ରାନ୍ତ ଶିଶୁ ଶୀଘ୍ର ଚର୍ମ ରୋଗରୁ ମୁକୁଳିବେ ବୋଲି କୁହାଯାଉଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.