ETV Bharat / state

ମେଡ଼ିକାଲରେ ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତକାଣ୍ଡ, ବେକ କାଟିବା ସହ ଆତ୍ମହତ୍ୟା ଉଦ୍ୟମ

author img

By

Published : Feb 13, 2023, 10:54 PM IST

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଏକ ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତକାଣ୍ଡ। ବ୍ଲେଡରେ ନିଜ ବେକ କାଟିବା ସହ ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢ଼ନ୍ତି

ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତକାଣ୍ଡ
ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତକାଣ୍ଡ

ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତକାଣ୍ଡ

ନବରଙ୍ଗପୁର: ମେଡ଼ିକାଲ କୋଠାରେ ଚଢି ମାନସିକ ବିକୃତଙ୍କ ଆତ୍ମହତ୍ୟା ଉଦ୍ୟମ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ । ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଏକ ମାନସିକ ବିକୃତ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ବ୍ଲେଡରେ ନିଜ ବେକ କାଟିବା ସହ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଏହାସହ ରୋଗୀ ସମ୍ପର୍କୀୟଙ୍କ ବିଶ୍ରାମ ଗୃହ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା ।

ଦୀର୍ଘ ସମୟର କସରତ ପରେ ଅଗ୍ନିଶମ ବାହିନୀ, ମେଡିକାଲ କର୍ମଚାରୀ ଓ ଅନ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ କାବୁ କରଛି ଅଗ୍ନିଶମ ବାହିନୀ । ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଜଣେ ମାନସିକ ବିକୃତ ଯୁବକ ମେଡିକାଲର ଗେଷ୍ଟ ହାଉସ ଉପରେ ଚଢି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସୂଚନା ପାଇଥିଲେ । ସୂଚନା ପାଇବା ମାତ୍ରେ ସେମାନେ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ମେଡିକାଲରେ ପହଞ୍ଚିଥିଲେ। ଦୀର୍ଘ ସମୟର କସରତ ପରେ ଯୁବକ ଜଣଙ୍କୁ ଗେଷ୍ଟ ହାଉସ ଉପରୁ ତଳକୁ ଆଣିବାରେ ସଫଳ ହୋଇଥିଲେ ।

ଯୁବକ ଜଣଙ୍କ ବ୍ଲେଡରେ ନିଜ ବେକ କାଟିଦେଇ ଥିବାବେଳେ ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ଯୁବକ ଜଣଙ୍କ ଠିକଥିବା ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସୂଚନା ଦେଇଛନ୍ତି । ତେବେ ଯୁବକଙ୍କ ନାମ ଶ୍ୟାମ ହରିଜନ ବୋଲି ସୂଚନା ମିଳିଛି । ସେ ମେଡ଼ିକାଲ ନିକଟରେ ରହୁଥିଛନ୍ତି । ତେବେ ଯୁବକ ଜଣଙ୍କ କାହିଁକି ଏଭଳି ଉଦ୍ୟମ କରିଥିଲେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଯୁବକଙ୍କ ଚିକିତ୍ସା ଜାରି ରହିଛି । ଅପରପକ୍ଷରେ ଯୁବକଙ୍କ ଠିକଣା ଖୋଜି ତାଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି ପୋଲିସ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.