ETV Bharat / state

ମନରେଗାରେ କର୍ମ ଯୋଗାଇବାରେ ନବରଙ୍ଗପୁର ଦ୍ବିତୀୟ - meeting of district level nodal officials

ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ଜିଲ୍ଲାର ବିଭିନ୍ନ ଦିଗରେ ଆଲୋଚନା କରିଥିଲେ । ମନେରେଗା ଅଧିନରେ ଶ୍ରମିକ କର୍ମ ଯୋଗାଇବାରେ ନବରଙ୍ଗପୁର ଜିଲ୍ଲା ଦ୍ବିତୀୟରେ ରହିଛି ବୋଲି ଅଧିକାରୀ ମାନେ କହିଥିଲେ । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ

author img

By

Published : Sep 23, 2020, 7:56 AM IST

Updated : Sep 23, 2020, 2:13 PM IST

ନବରଙ୍ଗପୁର: ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡ.ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ମନରେଗାରେ କର୍ମ ଯୋଗାଇବାରେ ନବରଙ୍ଗପୁର ଦ୍ବିତୀୟ

ଏହି ବୈଠକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାର ଅଗ୍ରଗତି, କର୍ମ ରୋଜଗାର ଯୋଗାଇବାରେ ନବରଙ୍ଗପୁର ଜିଲ୍ଲା ଗଞ୍ଜାମ ପରେ ଦ୍ବିତୀୟରେ ରହିଥିବା ନେଇ ସୂଚନା ଦିଆଯାଇଛି । କୋରୋନା-19 ର ସ୍ଥିତି, ନମୁନା ପରୀକ୍ଷଣ ଏବଂ ଚିହ୍ନଟ ହୋଇଥିବା ପଜିଟିଭ ଓ ସଙ୍ଗରୋଧରେ ଥିବା ସଂଖ୍ୟା ଇତ୍ୟାଦି,ଉପରେ ସମୀକ୍ଷା କରାଯାଇଥିଲା । ଆଲୋଚନା ବେଳେ ମୋ ଉପକାର ବଗିଚା ଯୋଜନାର ସଫଳ ରୂପାୟନ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ କୁହାଯାଇଛି ।

ଏଥସହ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଠିକ ସମୟରେ ସାର ଓ କୀଟ ନାଶକ ଔଷଧ ଇତ୍ୟାଦି ଯୋଗାଇବା ଦେବାକୁ କୃଷି ବିଭାଗକୁ ପରାମର୍ଶ ଦିଆଯାଇଛି । ମାଛ ଚାଷ ଓ ଚାଷୀଙ୍କ ମଧ୍ୟ କିପରି ବିକାଶ କରାଯିବା ସେ ଦିଗରେ ମଧ୍ୟ ଆଲୋଚନା ହୋଇଛି । ଉନ୍ନତି ଟେମ୍ପ୍ରରାରି ମେଡିକାଲ ସେଣ୍ଟର ବନ୍ଦ ହୋଇଯିବା ପରେ ବ୍ୟବହୃତ ବେଡ ଆଦି ସମ୍ପୃକ୍ତ ସ୍କୁଲକୁ ଫେରସ୍ତ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated : Sep 23, 2020, 2:13 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.