ETV Bharat / state

ନବରଙ୍ଗପୁରରେ ପୋଲିସ-ଅବକାରୀ ବିଭାଗ ଚଢାଉ, ୩ ଗିରଫ

author img

By

Published : Jun 26, 2022, 12:19 PM IST

କୋଡ଼ିଙ୍ଗା ଅବକାରୀ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ମଦ କାରବାର ସ୍ଥାନରେ ଚଢାଉ । ବିପୁଳ ପରିମାଣର ମଦ ଜବତ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ପୋଲିସ-ଅବକାରୀ ବିଭାଗ ଚଢାଉ, ୩ ଗିରଫ
ନବରଙ୍ଗପୁରରେ ପୋଲିସ-ଅବକାରୀ ବିଭାଗ ଚଢାଉ, ୩ ଗିରଫ

ନବରଙ୍ଗପୁର: ଜିଲ୍ଲାରେ ଚୋରା ମଦ ବେପାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ । କୋଡ଼ିଙ୍ଗା ଅବକାରୀ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ମଦ କାରବାର ସ୍ଥାନରେ ଚଢାଉ । ମୋଟ ୩ଜଣ ଗିରଫ ହୋଇଥିବା ବେଳେ ବିପୁଳ ପରିମାଣର ମଦ ଜବତ କରାଯାଇଥିବା ସୂଚନା ମିଳିଛି ।

ସୂଚନାଅନୁସାରେ, ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା ଅବକାରୀ ପକ୍ଷରୁ କୋଷାଗୁମୁଡ଼ା ଓ କୋଡ଼ିଙ୍ଗା ଥାନା ଅଞ୍ଚଳର ରାଜୋଡା, ବାମୁଣି, ସାନଆମ୍ବଡା, କିଡିରିପାଲି, ଚିର୍ମା ଓ ବିରିଗୁଡା ଗ୍ରାମ ଗୁଡ଼ିକରେ ଅବକାରୀ ଚଢ଼ାଉ କରି ୩୩୦୦ ଲିଟର ବେଆଇନ ମହୁଲ ପୋଚ ଓ ୧୮୦ ଲିଟର ଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ବେଆଇନ ଭାବେ ମହୁଲ ପୋଚ ଓ ମଦ ଗଚ୍ଛିତ ରଖି ତିଆରି କରୁଥିବା ଅଭିଯୋଗରେ ବାମୁଣି ଗ୍ରାମର ପାର୍ବତୀ ବିଶୋଇ, ସାନଆମ୍ବଡା ଗ୍ରାମର ମଙ୍ଗଳରାମ ଦଣ୍ଡସେନା ଓ ଚିର୍ମା ଗ୍ରାମର ଚମ୍ପା ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କୋଡ଼ିଙ୍ଗା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ନିର୍ଦ୍ଦେଶରେ ଓ ଜିଲ୍ଲା ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁଙ୍କ ତତ୍ତ୍ଵାବଧାନ କୋଡ଼ିଙ୍ଗା ଅବକାରୀ ବିଭାଗ ଆଜି ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ କୋଡ଼ିଙ୍ଗା ଅବକାରୀ ବିଭାଗ ଏସଆଇ ହର ପ୍ରସାଦ ରଣା, ଏଏସଆଇ ଜଗବନ୍ଧୁ ଯାନୀ, ଅବକାରୀ କନେଷ୍ଟବଳ ଦେବେନ୍ଦ୍ର ସମରଥ, ରଞ୍ଜି ଯାନୀ, ସଦାଶିଵ ଭତରା, ରୀନା ବଡ଼ନାୟକଙ୍କ ସହ କୋଷାଗୁମୁଡ଼ା ଓ କୋଡ଼ିଙ୍ଗା ପୋଲିସ କର୍ମଚାରୀ ସାମିଲ ଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.