ETV Bharat / state

ନାଳରୁ ଉଦ୍ଧାର ହେଲା ଯୁବକଙ୍କ ଗଳିତ ମୃତଦେହ

ପ୍ରଚାରରେ ଆସିଥିବା ଯୁବକଙ୍କ ଗଳିତ ଶବ ଉଦ୍ଧାର । ଜଙ୍ଗଲର ଏକ ନାଳରୁ ଉଦ୍ଧାର ହୋଇଛି ମୃତଦେହ ।

author img

By

Published : Apr 17, 2019, 5:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ପ୍ରଚାରରେ ଆସିଥିବା ଯୁବକଙ୍କ ଗଳିତ ଶବ ଉଦ୍ଧାର । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ଗୌଡ଼ସାହିରେ ଘଟିଛି ଏଭଳି ଅଘଟଣ । ମୃତକଙ୍କ ନାମ ଅଭିଜିତ ମଣ୍ଡଳ ବୋଲି ଜଣା ପଡିଛି । କୁସୁମପାଣି ଜଙ୍ଗଲର ଏକ ନାଳରୁ ଉଦ୍ଧାର ହୋଇଛି ତାଙ୍କ ଗଳିତ ମୃତଦେହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ମୁତାବକ, ଅଭିଜିତ ଗତ ୯ ତାରିଖରେ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ ଯୋଗ ଦେବା ଲାଗି ଝରିଗାଁ ଆସିଥିଲେ । ହେଲେ ପ୍ରଚାର ସରିବା ପରେ ସେ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ଅଭିଜିତଙ୍କୁ ପାଇ ନଥିଲେ । ପରେ ବାପା ଅତୁଲ ମଣ୍ଡଳ ଏନେଇ ଝରିଗାଁ ଥାନାରେ ଏକ ମାମଲା ରୁଜୁ କରିଥିଲେ ।

ତେବେ ଆଜି ସକାଳେ ପୋଲିସ କୁସୁମପାଣି ଜଙ୍ଗଲ ନିକଟରେ ଅଭିଜିତର ଗଳିତ ଶବ ଉଦ୍ଧାର କରିଥିଲେ । ଅଭିଜିତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ ବିଷୋଇ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.