ETV Bharat / state

ତାଲାପଦର ନିର୍ମାଣଧୀନ ପୋଲ ଭୁଶୁଡ଼ିବା ଘଟଣାରେ ମାମଲା ରୁଜୁ - nabarangapur bridge collapsed

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦର ନିକଟରେ ନିର୍ମାଣଧୀନ ପୋଲ ଭୁଶୁଡ଼ିବା ଘଟଣାରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ମାମଲା ରୁଜୁ ହୋଇଛି। ମୃତକ ଜଣକ ପଞ୍ଜିକୃତ ଶ୍ରମିକ ହୋଇଥିବାରୁ ଶ୍ରମ ବିଭାଗ ପକ୍ଷରୁ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ବିମା ପ୍ରଦାନ କରାଯିବ। ଅଧିକ ପଢ଼ନ୍ତୁ...

a case was registered by nabarangapur district administration regarding bridge collapsed in talapadar
ତାଲାପଦର ନିର୍ମାଣଧୀନ ପୋଲ ଭୁଶୁଡ଼ିବା ଘଟଣାରେ ମାମଲା ରୁଜୁ
author img

By

Published : Jan 11, 2021, 10:29 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତାଲାପଦର ନିକଟରେ ନିର୍ମାଣଧୀନ ପୋଲ ଭୁଶୁଡ଼ିବା ଘଟଣାରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ମାମଲା ରୁଜୁ କରାଯାଇଛି। ଏଥିସହ ମୃତକଙ୍କ ପରିବାରଙ୍କୁ ଜିଲ୍ଲା ରେଡକ୍ରସ ଓ ରାଜସ୍ବ ବିଭାଗ ପକ୍ଷରୁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରାଯାଇଛି।

ମୃତକ ଜଣକ ପଞ୍ଜିକୃତ ଶ୍ରମିକ ହୋଇଥିବାରୁ ଶ୍ରମ ବିଭାଗ ପକ୍ଷରୁ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ବିମା ପ୍ରଦାନ ପାଇଁ ନିୟମ ରହିଛି। ଏଦିଗରେ ଯଥାଶୀଘ୍ର କାର୍ଯ୍ୟ କରିବାକୁ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର।

ଗତକାଲି(ରବିବାର) ଉମରକୋଟ ତାଲାପଦରରେ ଏକ ନିର୍ମାଣଧିନ ପୋଲର ସ୍ଲାପ ଭୁଶୁଡିବା ଯୋଗୁଁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଥିଲେ। ଏହାପରେ ଘଟଣା ସ୍ଥଳରେ ଓଡ୍ରାଫ୍ଟ ଟିମ ପହଞ୍ଚି ଭାଙ୍ଗି ଯାଇଥିବା କଂକ୍ରିଟ ତଳ ଯାଞ୍ଚ ଜାରି ରଖିଥିଲା। କାଳେ କେଉଁ ବ୍ୟକ୍ତି ସ୍ଲାପ ତଳରେ ରହିଯାଇଥିବେ ସେହି ଆଶଙ୍କାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାଞ୍ଚ କରାଯାଇଥିଲା ।

ଘଟଣାରେ ଦୋଷୀ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କ ଗିରଫ ପାଇଁ ପଦକ୍ଷେପ ନିଆ ଯାଉଥିବା ନେଇ ନବରଙ୍ଗପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.