ETV Bharat / state

ଓଲଟି ପଡିଲା ମଦ ବୋଝେଇ ଗାଡି, ରାସ୍ତାରୁ ବିଅର ବୋହିନେଲେ ଲୋକେ - bear loaded pick up overturned

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ରାଜୋଡା ରାସ୍ତାରେ ଏକ ମଦ ବୋଝେଇ ଗାଡ଼ି ଦୁର୍ଘଟଣାକ ଶିକାର ହୋଇଛି । ଅଧିକ ପଢନ୍ତୁ

ମଦ ବୋଝେଇ ଗାଡ଼ି ଦୁର୍ଘଟଣା, ରାସ୍ତାରୁ ବୋହିନେଲେ ଲୋକେ

author img

By

Published : May 11, 2022, 10:40 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ରାଜୋଡା ରାସ୍ତାରେ ଏକ ମଦ ବୋଝେଇ ଗାଡ଼ି ଦୁର୍ଘଟଣାକ ଶିକାର ହୋଇଛି । ସୂଚନା ମୁତାବକ, କୋଷାଗୁମୁଡା ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନକୁ ରାୟଗଡା ଡିପ ଠାରୁ ପ୍ରାୟ ୨୫୦ ପେଟି ବିଅର ମଦ ନେଇ ଆସୁଥିବା ଏକ ପିକପ୍ ଭ୍ୟାନ କୋଷାଗୁମୁଡା ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଛେଳିପଦର ଜଙ୍ଗଲରେ ଭରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟିଯାଇଛି । ଦୁର୍ଘଟଣା ସ୍ଥଳରେ ପେଟିପେଟି ମଦ ରାସ୍ତା ଉପରେ ପଡି ରହିଥିବା ଦେଖିବାକୁ ମିଳିଥିଲା ।

ଦୁର୍ଘଟଣା ଖବର ପାଇ ଉକ୍ତ ବିଦେଶୀ ମଦ ଦୋକାନର ମ୍ୟାନେଜର ଓ କର୍ମୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରୁ ସମସ୍ତ ମଦ ବୋତଲ ଗୋଟାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । କିଛି ଲୋକ ମଦ ବୋତଲ ଗୁଡ଼ିକ ନେଇଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଏହାର ଖବର ପାଇଁ କୋଷାଗୁମୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଶହ ଦୁର୍ଘଟଣାଗ୍ରସ୍ତ ପିକୋପ ଭ୍ୟାନକୁ ଥାନାକୁ ନେଇଥିଲେ ।

ଏହି ଦୁର୍ଘଟଣାରେ ଚାଳକକୁ ସେତେ ଆଘାତ ହୋଇନଥିବା ବେଳେ ହେଲ୍ପରକୁ କୋଷାଗୁମୁଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାକୁ ନେଇ କୋଷାଗୁମୁଡ଼ା ଥାନା ଅଧିକାରୀ ଗୋବିନ୍ଦ ବୁରୁଦା କେସ ନମ୍ବର-୫୬/୨୨ରେ ଆଇପିସି-୨୭୯,୩୩୭ର ଆଧାରରେ ଏକ ମାମଲା ରୁଜ୍ଜୁ କରି ତଦନ୍ତକାରୀ ଅଫିସର ଭାବେ SI ଏସ ବାରିକଙ୍କୁ ଦାଇତ୍ୱ ଦେଇଛନ୍ତି ବୋଲି ବୁରୁଦା ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.