ETV Bharat / state

ନବରଙ୍ଗପୁରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ - 9th class girl alleged Sexual harassment

ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଖାତିଗୁଡା ଥାନା ଅଞ୍ଚଳର ଏକ ହଷ୍ଟେଲରେ ନାବାଳିକାକୁ ଯୌନ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Nov 25, 2019, 7:00 PM IST

ନବରଙ୍ଗପୁର: ନବମ ଶ୍ରେଣୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ । ଖାତିଗୁଡା ଥାନା ଅଞ୍ଚଳର ଏକ ହଷ୍ଟେଲରେ ନାବାଳିକାକୁ ଯୌନ ନିର୍ଯାତନା ଦିଆଯାଇଥିବାର ଅଭିଯୋଗ ହୋଇଛି । ହଷ୍ଟେଲ ସଂସ୍ଥାପକଙ୍କ ପୁଅ ନାଁରେ ଏପରି ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ ।

ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ଗତ 18 ତାରିଖ ଦିନ 4.30ରେ ବିଦ୍ୟାଳୟରୁ ହଷ୍ଟେଲକୁ ଫେରିବା ପରେ ସ୍କୁଲ ପୋଷାକ ବଦଳାଉଥିଲେ । ଏହି ସମୟରେ ନାବାଳିକାକୁ ହଷ୍ଟେଲରେ ଏକୁଟିଆ ଦେଖି ହଷ୍ଟେଲ ସଂସ୍ଥାପକଙ୍କ 33 ବର୍ଷର ପୁଅ ନାବାଳିକାଙ୍କୁ ପଛପଟୁ ଜାବୁଡି ଧରିଥିଲେ । ଏହାପରେ ନାବାଳିକା ଜଣକ କୌଶଳକ୍ରମେ ତା ପାଖରୁ ଖସି ବାହାରକୁ ଚାଲିଆସିବା ସହ ଘର ଲୋକଙ୍କୁ ଡକାଇ ଖାତିଗୁଡା ଥାନାରେ ସମ୍ପୃକ୍ତ ଯୁବକଙ୍କ ନାଁରେ ଏତଲା ଦେଇଛନ୍ତି । ଏତଲା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ନବରଙ୍ଗପୁରରୁ ତପନ ବିଶୋୟୀ, ଇଟିଭି ଭାରତ

Intro:ସ୍ଲୋଗ- ନାବାଳିକା ଛାତ୍ରୀର ଯୌନ ନିର୍ଯାତନା ଅଭିଯୋଗ।
ଫର୍ମାଟ- ଏଭିଓ, ୨୫/୧୧/୧୯
ରିପୋର୍ଟ- ତପନ ବିଷୋୟୀ, ନବରଙ୍ଗପୁର
––-----––----–---------------
ଆଙ୍କର- ଜଣେ ନବମ ଶ୍ରେଣୀର ନାବାଳିକା ଛାତ୍ରୀ ରହୁଥିବା ବେସରକାରୀ ସଂସ୍ଥା ଜୀବନ ଆଶାର ସଂସ୍ଥାପକ ଙ୍କ ପୁଅ ନାରେ ଆଣିଲେ ଯୌନ ନିର୍ଯାତନା ଅଭିଯୋଗ। ଏହିଭଳି ଏକ ଗୁରୁତର ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ଅଞ୍ଚଳରୁ, ଖାତିଗୁଡା ଗାଁରେ ଥିବା ଜୀବନ ଆଶା ଛାତ୍ରାବାସ ରେ ରହି ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଜୈନେକ ଛାତ୍ରୀ ଗତ ୧୮ ତାରିଖ ଦିନ ୪.୩୦ ରେ ବିଦ୍ୟାଳୟରୁ ହଷ୍ଟେଲ କୁ ଫେରିବା ପରେ ସାଙ୍ଗ ସାଥୀଙ୍କ ସହ ଖେଳିବାକୁ ଯିବ ବୋଲି ହଷ୍ଟେଲର ତା ରୁମକୁ ଯାଇ ସ୍କୁଲ ପୋଷାକ ବଦେଲଉ ଥିବା ସମୟରେ ହଷ୍ଟେଲ ମଧ୍ୟରେ ନାବାଳିକାଙ୍କୁ ଏକାକୀ ଦେଖି ହଷ୍ଟେଲ ସଂସ୍ଥାପକଙ୍କ ୩୩ ବର୍ଷର ପୁଅ ନାବାଳିକାଙ୍କୁ ପଛପଟୁ ଯାଇ ଜାବୁଡି ଧରି ଦେଇଥିଲା।ଏହାପରେ ନାବାଳିକା ଜଣକ କୌଣସି ପ୍ରକାର ଛଡେଇ ହୋଇ ବାହାରକୁ ଚାଲିଆସିଥିଲେ।ଏବଂ ଘର ଲୋକଙ୍କୁ ଡକାଇ ଖାତିଗୁଡା ଥାନାରେ ସମ୍ପୃକ୍ତ ଯୁବକଙ୍କ ନାରେ ଏତେଲା ଦେଇଥିଲେ,ଏହାପରେ ପୋଲିସ ନାବାଳିକାଙ୍କୁ ନବରଙ୍ଗପୁର cwc କୁ ହହସ୍ତାନ୍ତର କରିଥିଲେ।cwc ନବରଙ୍ଗପୁର ସ୍ଥାନୀୟ ସୁଧାର ଗୃହରେ ଦୁଇ ଦିନ ରଖିବା ପରେ ନାବାଳିକାଙ୍କ ବାପାଙ୍କୁ ଡାକି ହସ୍ତାନ୍ତର କରିଛନ୍ତି।ପୋଲିସ ଉକ୍ତ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।Body:Tapan Kumar Bissoyi Conclusion:NABARANGPUR

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.