ETV Bharat / state

ନବରଙ୍ଗପୁରରେ 90 ପଜିଟିଭ ଚିହ୍ନଟ, 2000 ଟପିଲା ଆକ୍ରାନ୍ତ ସଂଖ୍ୟା

author img

By

Published : Sep 15, 2020, 5:39 PM IST

ନବରଙ୍ଗପୁରରେ 23 ଶହକୁ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମଙ୍ଗଳବାର ପୁଣି 90 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ l ଅଧିକ ପଢନ୍ତୁ...

ନବରଙ୍ଗପୁରରେ 90 ପଜିଟିଭ ଚିହ୍ନଟ, 2000 ଟପିଲା ଆକ୍ରାନ୍ତ ସଂଖ୍ୟା
ନବରଙ୍ଗପୁରରେ 90 ପଜିଟିଭ ଚିହ୍ନଟ, 2000 ଟପିଲା ଆକ୍ରାନ୍ତ ସଂଖ୍ୟା

ନବରଙ୍ଗପୁର: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ନବରଙ୍ଗପୁରରେ ପୁଣି 90 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 2393ରେ ପହଞ୍ଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ନବରଙ୍ଗପୁର ପୌରାଞ୍ଚଳର 29, ଉମରକୋଟ ପୌରାଞ୍ଚଳର 17, ତେନ୍ତୁଳିଖୁଣ୍ଟି ବ୍ଲକର 10ଜଣ ରହିଛନ୍ତି ।

ସେହିପରି ନନ୍ଦାହାଣ୍ଡି ବ୍ଲକର 8, ପାପଡାହାଣ୍ଡି ବ୍ଲକର 6, ନବରଙ୍ଗପୁର ବ୍ଲକର 5 , କୋଷାଗୁମୁଡା ବ୍ଲକ 5 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଉମରକୋଟ, ଡାବୁଗାଁ, ଚନ୍ଦାହାଣ୍ଡି, ଝରିଗାଁ, ଓ ରାଇଘର ବ୍ଲକରୁ 2 ଜଣ ଲେଖାଏଁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 2393 ରହିଥିବାବେଳେ ସେମାନଙ୍କ ମଧ୍ୟରୁ 1444 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି 937 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ 713 ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 56400 କୋରୋନା ଟେଷ୍ଟ କରାଯାଇଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.