ETV Bharat / state

ନବରଙ୍ଗପୁରରୁ ୯ କୋରୋନା ପଜିଟିଭ ଚିହ୍ନଟ - ନବରଙ୍ଗପୁରରୁ ୯ କୋରୋନା ପଜିଟିଭ ଚିହ୍ନଟ

ନବରଙ୍ଗପୁରରୁ ୯ କୋରୋନା ପଜିଟିଭ ଚିହ୍ନଟ । ସଂକ୍ରମଣକୁ ରୋକିବା ପାଇଁ ସାପ୍ତାହିକ ହାଟକୁ ବନ୍ଦ ରଖାଯାଇଥିବା ସୂଚନା ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ....

9 more corona positive found in nabarangpur
ନବରଙ୍ଗପୁରରୁ ୯ କୋରୋନା ପଜିଟିଭ ଚିହ୍ନଟ
author img

By

Published : Aug 1, 2020, 2:15 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରୁ ପୁଣି ୯ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କୁ ନବରଙ୍ଗପୁର କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚିହ୍ନଟ ହୋଇଥିବା ଏହି ୯ ଜଣ କୋରୋନା ପଜିଟିଭ ମଧ୍ୟରୁ ନବରଙ୍ଗପୁର ସହରରୁ ପାଞ୍ଚ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ ଦୁଇ ଜଣ, ପାପଡାହାଣ୍ଡି ବ୍ଲକରୁ ଜଣେ ଓ ଡାବୁଗାଁ ବ୍ଲକରୁ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ନବରଙ୍ଗପୁରରୁ ୯ କୋରୋନା ପଜିଟିଭ ଚିହ୍ନଟ

ବର୍ତ୍ତମାନ ସୁଧା ଜିଲ୍ଲାରେ ୨୮୯ ଜଣ କୋରନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର ଓ ପାପଡାହାଣ୍ଡି ସହରର ପରିବା ମାର୍କେଟରୁ ଏହି ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ ଆସନ୍ତା ସୋମବାର ଦିନ ହେବାକୁ ଥିବା ସାପ୍ତାହିକ ହାଟକୁ ବନ୍ଦ ରଖାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.