ETV Bharat / state

କାରରୁ 8 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ - cannabis seized from car

ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗାଡିକୁ ଧରିଥିଲା ପୋଲିସ । ସେହି ଗାଡିରୁ ଏକ କ୍ବିଣ୍ଟାଲ ୪୨ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରିଛି ମୈଦଲପୁର ପୋଲିସ ।

କାରରୁ 8 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2ଗିରଫ
କାରରୁ 8 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2ଗିରଫ
author img

By

Published : Oct 4, 2020, 12:45 PM IST

ନବରଙ୍ଗପୁର: ଜିଲ୍ଲାର ମୈଦଲପୁର ଥାନା ପୋଲିସକୁ ମିଳିଛି ସଫଳତା। ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗାଡିକୁ ଧରିଥିଲା ପୋଲିସ । ସେହି ଗାଡିରୁ ଏକ କ୍ବିଣ୍ଟାଲ ୪୨ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ 2ଜଣଙ୍କୁ ଗିରଫ କରିଛି ମୈଦଲପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଜିଲ୍ଲା ଧରାକୋଟ ଅଞ୍ଚଳର ମନୋଜ ଖରା ଓ କୋରାପୁଟର ରଞ୍ଜନ ଗୋଲରୀ । ଜବତ ଗଞ୍ଜେଇର ବଜାର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

କାରରୁ 8 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2ଗିରଫ
କାରରୁ 8 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2ଗିରଫ
କାରରୁ 8 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, 2ଗିରଫ

ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ନେଇ ପୋଲିସ ନିକଟକୁ କୌଣସି ସୂତ୍ରରୁ ସୂଚନା ପାଇ ପାପଡାହାଣ୍ଡି ନିକଟ ସେମଳା ଗାଁ ପାଖରେ ଗାଡିକୁ ଜଗି ରହିଥିଲା । ପୋଲିସକୁ ଦେଖି ଗାଡି ଚାଳକ ରାସ୍ତା ବଦଳାଇବା ପରେ ପୋଲିସ ଗାଡ଼ିର ପିଛା କରି ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଥିଲା । ଯାଞ୍ଚବେଳେ ଗାଡି ଭିତରୁ ଦୁଇଟି ନକଲି ନମ୍ବର ପ୍ଲେଟ ସହ ଏକ କ୍ବିଣ୍ଟାଲ 42 କିଲୋ ଗଞ୍ଜେଇ ମିଳିଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ 8 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.