ETV Bharat / state

712 କେଜି ଗଞ୍ଜେଇ ଜବତ, 4 ଗିରଫ

author img

By

Published : Feb 28, 2021, 10:10 PM IST

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ପକ୍ଷରୁ ଚାନ୍ଦିଆବେଡ଼ା ଗ୍ରାମରେ ଚଢାଉ କରାଯାଇ ୭୧୨ କେଜି ଗଞ୍ଜେଇ ଜବତ ସହ ଜଣେ ଆସାମ ରାଇଫଲରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସମେତ ୪ ଜଣକୁ ଗିରଫ କରାଯାଇଛି । ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉମରକୋଟ ଏସଡିପିଓ ଡ. ଦିନେଶ ନାୟକ । ଅଧିକ ପଢନ୍ତୁ...

712 କେଜି ଗଞ୍ଜେଇ ଜବତ
712 କେଜି ଗଞ୍ଜେଇ ଜବତ

ନବରଙ୍ଗପୁର: 712 କିଲୋଗ୍ରାମ ଗଞ୍ଜେଇ ଜବତ କଲା ଉମରକୋଟ ପୋଲିସ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ପକ୍ଷରୁ ଚାନ୍ଦିଆବେଡ଼ା ଗ୍ରାମରେ ଚଢାଉ କରାଯାଇ ୭୧୨ କେଜି ଗଞ୍ଜେଇ ଜବତ ସହ ଜଣେ ଆସାମ ରାଇଫଲରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସମେତ ୪ ଜଣକୁ ଗିରଫ କରାଯାଇଛି । ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉମରକୋଟ ଏସଡିପିଓ ଡ. ଦିନେଶ ନାୟକ ।

712 କେଜି ଗଞ୍ଜେଇ ଜବତ

ପ୍ରାପ୍ତ ସୂଚନା ମୁତାବକ, କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ଏସଡିପିଓ ଡ. ଦିନେଶ କୁମାର ନାୟକଙ୍କ ନେତୃତ୍ବରେ ଥାନା ଅଧିକାରୀ ନରେଶ କୁମାର ପ୍ରଧାନ ନିଜ ଏକ ସ୍ବତନ୍ତ୍ର ଟିମ ସହ ଉମରକୋଟ ଥାନା ଅନ୍ତର୍ଗତ ଚାନ୍ଦିଆବେଡା ଗ୍ରାମର ରବି ନାରାୟଣ ସମରଥଙ୍କ ଘରେ ଚଢାଉ କରିଥିଲେ ।

ଚଢଉବେଳେ ଘର ମଧ୍ୟରୁ ୩୬ ଗୋଟି ବସ୍ତାରେ ମୋଟ ୭୧୨ କେଜି ଗଞ୍ଜେଇ ଓ ୪ ଗୋଟି ମୋଟରସାଇକେଲ ଜବତ କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ରବି ନାରାୟଣ ସମରଥ, ତାଙ୍କ ଭାଇ ରମା କାନ୍ତ ସମରଥ, ସମ୍ପର୍କୀୟ ସୁବାସ ଚନ୍ଦ୍ର ମାଝୀ ଏବଂ ବାସୁଦେବ ନାୟକଙ୍କୁ ଗିରଫ କରାଯାଇଛି । ଏହାସହ 4 ଅଭିଯୁକ୍ତକୁ ରବିବାର କୋର୍ଟଚାଲାଣ କରାଯାଇଥିବା ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.