ନବରଙ୍ଗପୁର: ଜିଲ୍ଲାର ଡାବୁଗାଁ ବନବିଭାଗକୁ ମିଳିଛି ବଡ ସଫଳତା । ଚୋରା ଚାଲାଣ ପାଇଁ ପ୍ରସ୍ତୁତି ହୋଇ ରହିଥିବା ୫୯ ଟି ସାଇଜ଼ ଶାଳ କାଠ ଜବତ । ବେପାରୀ ଫେରାର ।
ସୂଚନା ଅନୁଯାୟୀ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଟୁଟିଗୁଡ଼ା ଓ ମଙ୍ଗରାଚଚରା ଗ୍ରାମ ନିକଟ ଏକ କାଜୁ ବଗିଚା ନିକଟରେ ଶାଳ କାଠ ଲୁଚାଇ ରଖିଥିଲେ । ଖବର ପାଇ ବନ କର୍ମଚାରୀମାନେ ଉକ୍ତ ସ୍ଥାନରେ ସକାଳ ସମୟରେ ଚଢ଼ାଉ କରିଥିଲେ । ଏଥିରେ ୫୯ ଟି ଶାଳ ସାଇଜ଼ କାଠ ଜବତ ହୋଇଥିଲା । ତେବେ ଆଗୁଆ ଖବର ପାଇ ଚୋରା କାଠ ବେପାରୀମାନେ ସେଠାରୁ ଚମ୍ପଟ୍ ମାରିଥିଲେ । ଜବତ ହୋଇଥିବା ଶାଳ ସାଇଜ଼ କାଠର ଆନୁମାନିକ ବଜାର ମୂଲ୍ୟ ୫୦ ହଜାରରୁ ଅଧିକ ହେବ ବୋଲି ବନାଞ୍ଚଳ ଅଧିକାରୀ ସେତୁ ରଞ୍ଜନି ଗମାଙ୍ଗ କହିଛନ୍ତି । ଏ ନେଇ ଡାବୁଗାଁ ବନବିଭାଗ ତରଫରୁ ଏକ ମାମଲା ରୁଜୁ କରାଯାଇଛି ।
ଏହି ଚଢାଉରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନି ଗମାଙ୍ଗଙ୍କ ସହ ଡାବୁଗାଁ ବନପାଳ ଲକ୍ଷ୍ମୀକାନ୍ତ ସାହୁ,ମଇଦଲ ପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ଜଟାବାଲ ବନପାଳ ରାମଚନ୍ଦ୍ର ଜାନି, ବନରକ୍ଷୀ ପ୍ରକାଶ ସରକାର , ମନୋରଞ୍ଜନ ନାୟକ ଓ ରିତାରାଣି ବିଶ୍ବାସ ପ୍ରମୁଖ ସାମିଲ ଥିଲେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ