ETV Bharat / state

ଗରମ ଗୋବର ପାଣିରେ ହାତ ବୁଡାଇବା ଘଟଣା, 3 ଅଟକ

author img

By

Published : Jul 9, 2019, 11:04 AM IST

Updated : Jul 9, 2019, 7:45 PM IST

ଗୁଣି ଗାରେଡି ମାମଲାରେ ଗରମ ଗୋବର ପାଣିରେ ହାତ ବୁଡାଇବା ଘଟଣାରେ 3 ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଲାଇଛି ନବରଙ୍ଗପୁର ପୋଲିସ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ଗୁଣି ଗାରେଡି ସନ୍ଦେହରେ ବାଘସିୟୁନି ପଞ୍ଚାୟତ ନୂଆଗାଁର 3 ଜଣଙ୍କ ଗୋବର ପାଣିରେ ହାତ ବୁଡାଇବା ଘଟଣା । 3 ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ନବରଙ୍ଗପୁର ପୋଲିସ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁସାରେ , ସୋମବାର ଉକ୍ତ ଗାଁର ବନମାଳି ଜାନୀ, ତାଙ୍କ ପତ୍ନୀ ଓ ଝିଅ ଘରେ ଥିଲେ । ଏହି ସମୟରେ 5ଜଣ ଘର ଭିତରକୁ ବଳପୂର୍ବକ ପଶିଥିଲେ । ଗୁଣି ଗାରେଡି କରି ସେମାନଙ୍କର ଗାଈ, ଛେଳି, ମେଣ୍ଢାକୁ ମାରିବା ସହ ଲୋକଙ୍କୁ ମଧ୍ୟ ବଶିଭୂତ କରୁଥିବା କହି ଜୋରଜବରଦସ୍ତ ବନମାଳିଙ୍କ ହାତକୁ ଫୁଟନ୍ତା ଗରମ ଗୋବର ପାଣିରେ ବୁଡାଇଥିଲେ । ଏହାକୁ ପତ୍ନୀ ଓ ଝିଅ ବିରୋଧ କରିବାରୁ ସେମାନଙ୍କ ହାତକୁ ମଧ୍ୟ ଦୁର୍ବୃତ୍ତମାନେ ଗରମ ପାଣିରେ ବୁଡାଇଥିଲେ । ଏ ନେଇ ନବରଙ୍ଗପୁର ଥାନାରେ ମାମଲା ଦାୟର କରିଛନ୍ତି ବନମାଳି ।

ଏହା ଆଧାରରେ ଜିଲ୍ଲା ପୋଲିସ ଘଟଣାରେ ସମ୍ପୃକ୍ତ ପଦ ଜାନୀ, ଘେନୁ ଜାନୀ ଓ ପୁରୁସତୀ ଜାନୀଙ୍କୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏଥିସହ ଅଧିକା ତଦନ୍ତ ଜାରି ରଖିଥିବା ନେଇ ନବରଙ୍ଗପୁର ଥାନାଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

BLANK  FOR LINK 

Conclusion:
Last Updated : Jul 9, 2019, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.