ETV Bharat / state

ବନ ବିଭାଗ ହାବୁଡାରେ 4 ଶିକାରୀ, ଜବତ ହେଲା 2 ବନ୍ଧୁକ - ନବରଙ୍ଗପୁର

ନବରଙ୍ଗପୁର ଘୁମରମୁଣ୍ଡା ଜଙ୍ଗଲରୁ ଦୁଇଟି ଦେଶୀ ବନ୍ଧୁକ ସହ ୪ଜଣ ଶିକାରୀଙ୍କୁ ଅଟକ ରଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : Jun 14, 2019, 3:10 PM IST

ନବରଙ୍ଗପୁର: ଜିଲ୍ଲା ଝରିଗାଁ ରେଞ୍ଜ ପାନାବେଡା ପିଆରଏଫରେ ଚଢାଉ । ଘୁମରମୁଣ୍ଡି ଜଙ୍ଗଲରୁ 2ଟି ଦେଶୀ ବନ୍ଧୁକ ସହ 4 ଜଣ ବନ୍ୟଜନ୍ତୁ ଶିକାରୀକୁ ଅଟକ ରଖିଛି ବନ ବିଭାଗ । ଅଟକ ବ୍ୟକ୍ତିଙ୍କ ମଧ୍ୟରେ ଚନ୍ଧାହାଣ୍ଡି ବ୍ଲକ କୁହୁଡି ଗ୍ରାମର ଅଭିକ୍ଷିତ ଭୁଞ୍ଜିଆ, ମନୋହର ପୂଜାରୀ, ବିକ୍ରମ ଭୁଞ୍ଜିଆ, ଗଜେନ୍ଦ୍ର ସୁନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଭୁବନେଶ୍ବରରୁ ଆସିଥିବା ବନ୍ୟଜନ୍ତୁ ବିଶେଷଜ୍ଞ ଦଳ ଓ ଝରିଗାଁ ଜଙ୍ଗଲ ବିଭାଗ ଅଧିକାରୀମାନେ ଜଙ୍ଗଲ ଭ୍ରମଣରେ ଆସିଥିବା ବେଳେ ଶିକାରୀଙ୍କୁ ଧରିଥିଲେ । ସୂଚନାନୁଯାୟୀ, ଗତକାଲି ନିଜ ଗାଁ ୧୫ ରୁ ୨୦ ଜଣ ଲୋକଙ୍କ ସହ ଶିକାର କରିବାପାଇଁ ପାନାବେଡ଼ା PRF, ଘୁମରମୁଣ୍ଡି ଜଙ୍ଗଲକୁ ଯାଇଥିଲେ । ଏଥିସହ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲେ । ତେବେ ବିଶେଷଜ୍ଞଙ୍କ ଗସ୍ତ ବେଳେ ସମସ୍ତ ଫେରାର ହୋଇଯାଇଥିବା ବେଳେ ବିନା ଲାଇସେନ୍ସଧାରୀ 4 ଜଣ ବ୍ୟକ୍ତି ଅଧିକାରୀଙ୍କ ହାବୁଡରେ ପଡିଯାଇଥିଲେ ।

ଫାଶ ପକାଇଥିବା ସାମଗ୍ରୀ ଓ 2ଟି ବନ୍ଧୁକକୁ ଜବତ କରିବା ସହ ଅଧିକ ତଦନ୍ତ କରୁଛି ବନ ବିଭାଗ । ତେବେ ସେହି ସ୍ଥାନରେ କୌଣସି ଶିକାର ହୋଇନଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲୋଗ-ଘୁମରମୁଣ୍ଡି ଜଙ୍ଗଲ ରୁ ଦୁଇଟି ଦେଶୀବନ୍ଧୁକ ସହ ୪ଜଣ ଶିକାରୀ ଅଟକ।
ଫର୍ମାଟ-ଏଭିଓ, ୧୪/୦୬/୧୯
ରିପୋର୍ଟ-ତପନ ବିଷୋୟୀ,ନବରଙ୍ଗପୁର।
------------------------------------
ଆଙ୍କର- ନବରଙ୍ଗପୁର ଜିଲ୍ଲା ଝରିଗାଁରେଞ୍ଜ ପାନାବେଡା PRF ର ଘୁମରମୁଣ୍ଡି ଜଙ୍ଗଲ ରୁ ଦୁଇଟି ଦେଶୀ ବନ୍ଧୁକ ସହ ଚାରି ଜଣ ବନ୍ୟଜନ୍ତୁ ଶିକାରୀ କୁ ଅଟକ ରଖିଛି ବନ ବିଭାଗ।ଗତକାଲି ଭୁବନେଶ୍ୱର ରୁ ଆସିଥିବା ବନ୍ୟଜନ୍ତୁ ବିଶେଷଜ୍ଞଦଳ ଓ ଝରିଗାଁ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଜଙ୍ଗଲ ଭ୍ରମଣ ସମୟରେ ଜଙ୍ଗଲ ରେ ବନ୍ୟଜନ୍ତୁ ଶିକାର କରିବା ଉଦେଶ୍ୟରେ ଆସିଥିବା ୪ଜଣ ବ୍ୟକ୍ତିଙ୍କ ସହ ଦୁଇଟି ଦେଶୀ ବନ୍ଧୁକ କୁ ଜବତ କରି ଶିକାରୀ ଙ୍କୁ ଅଟକ ରଖିଛି ଝରିଗାଁ ବନବିଭାଗ । ଅଟକ ରହିଥିବା ବ୍ୟକ୍ତିମାନେ ହେଉଛନ୍ତି ଚନ୍ଧାହାଣ୍ଡି ବ୍ଲକ କୁହୁଡ଼ି ଗ୍ରାମର ଅଭିକ୍ଷିତଭୁଞ୍ଜିଆ, ମନୋହରପୂଜାରୀ, ବିକ୍ରମ ଭୁଞ୍ଜିଆ, ଗଜେନ୍ଦ୍ରସୁନା, ଏମାନେ ଗତକାଲି ନିଜ ଗାଁ ର ୧୫ରୁ୨୦ ଜଣ ଲୋକଙ୍କ ସହ ଶିକାର କରିବାପାଇଁ ପାନାବେଡ଼ା PRF, ଘୁମରମୁଣ୍ଡି ଜଙ୍ଗଲ କୁ ଯାଇଥିଲେ ।ଏବଂ ଅନ୍ୟ ଯାଗା ମାନଙ୍କରେ ରେ ଫାଶ ମଧ୍ୟ ପକାଇଥିଲେ ।ସେହି ସମୟରେ ଭ୍ରମଣ କୁ ଯାଇଥିବା ବନ୍ୟଜନ୍ତୁ ବିଶେଷଜ୍ଞଦଳ ଓ ଝରିଗାଁ ବନବିଭାଗ ହାବୁଡ଼ରେ ପୋଡିଯାଇଥିଲେ।ବନବିଭାଗ କର୍ମଚାରୀ ଙ୍କୁ ଦେଖି ସବୁ ପଳାଇଥିବା ବେଳେ ୪ ଜଣ ବ୍ୟକ୍ତି ବିନାଲାଇସେନ୍ସର ଦୁଇଟି ଦେଶୀବନ୍ଧୁକ ସହ ଧରାପଡିଥିଲ ।ତେବେ ଉକ୍ତ ସ୍ଥାନରେ କୌଣସି ଶିକାର କରିନଥିବା କହିଛନ୍ତି ବିଭାଗୀୟ ଅଧିକାରୀ ।
ଫାଶ ପକାଇଥିବା ସାମଗ୍ରୀ ଓ ଦୁଇଟି ଦେଶୀ ବନ୍ଧୁକ କୁ ଜବତ କରି ଶିକାରୀ ଙ୍କୁ ଅଧିକ ପଚରା ଉଚାରା କରି ତଦନ୍ତ କରୁଥିବା କହିଛନ୍ତି ଝରିଗାଁ ବନ ବିଭାଗ ଅଧିକାରୀ ମୁକୁନ୍ଦଦିଶାରୀ ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.