ETV Bharat / state

ଓକିଲଙ୍କୁ ଧମକ ଦେଇ 4 ଗିରଫ

ପ୍ରଥମେ ବାଇକ ଚୋରି ଆଉ ପରେ ହତ୍ୟା ଧମକ ଦେଇ 4 ଅଭିଯୁକ୍ତ ଗିରଫ । ନବରଙ୍ଗପୁରର ଜଣେ ଓକିଲଙ୍କୁ ଏପରି ହଇରାଣ କରି ଏବେ ପୋଲିସ ହାତରେ 4 ଅଭିଯୁକ୍ତ ।

author img

By

Published : Aug 17, 2019, 10:56 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା,ନବରଙ୍ଗପୁର

ନବରଙ୍ଗପୁର: ଓକିଲଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଓ ଅପହରଣ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ । ତେବେ ଗିରଫ 4 ଅଭିଯୁକ୍ତ ହେଲେ ମୁଖ୍ୟ ଅଭିଯୁକ୍ତ କୁକୁଡ଼ାବାଇ ଗ୍ରାମର ଶିବୁ ଯୋଶୀ, ସିନ୍ଧିଗୁଡା ଗ୍ରାମର କୃତ୍ତିବାସ ହରିଜନ, ଭାଟିଗାଁର ମଦନ ନାୟକ, ସିନ୍ଧିଗୁଡା ଗ୍ରାମର କୃଷ୍ଣ ବିଷୋୟୀ । ନବରଙ୍ଗପୁର ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିଛି ଏନେଇ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସପି ନିତିନ କୁସଲକର ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ନବରଙ୍ଗପୁର

ଗତ ୪ ତାରିଖ ଦିନ ନବରଙ୍ଗପୁର ସହରର ଓକିଲଙ୍କ ମୋଟରସାଇକେଲ କେହି ଚୋରି କରିନେଇଥିଲେ । ପରେ ଶିବୁ ନାମକ ଜଣେ ଯୁବକ ସିନ୍ଧିଗୁଡା ଆମ୍ବତୋଟାକୁ ଆସି ମୋଟର ସାଇକେଲ ନେବା ପାଇଁ ଫୋନ କରି ତାଙ୍କୁ ଜଣାଇଥିଲା । ହେଲେ ଓକିଲ ଜଣକ ଆମ୍ବତୋଟାକୁ ଯିବା ପରେ ପୂର୍ବରୁ ଶିବୁ ସହ ଆଉ ଦୁଇ ଯୁବକ ବନ୍ଧୁକ ଧରି ଲୁଚି ରହିଥିଲେ ।

ଆଉ ଓକିଲଙ୍କ ଛାତିରେ ବନ୍ଧୁକ ରଖି 3 ଲକ୍ଷ ଟଙ୍କା ଦାବି କରିଥିଲେ । ଆଉ ଏହି ଘଟଣା ବାବଦରେ ଆଉ କାହାକୁ କହିଲେ ହତ୍ୟାର ଧମକ ଦେଇଥିଲେ ଅଭିଯୁକ୍ତ । ଏହାପରେ ଲଗାତର ଓକିଲଙ୍କୁ ଫୋନ ମାଧ୍ୟମରେ ଧମକଚମକ ଦେବା ସହ ଟଙ୍କା ମାଗିଥିଲେ । ତେବେ ଓକିଲ ଜଣକ ୧ ଲକ୍ଷ ୯ ହଜାର ଟଙ୍କା ସେମାନଙ୍କୁ ସେହି ସମାନ ସ୍ଥାନରେ ଦେଇଥିଲେ ।

ପରବର୍ତ୍ତୀ ମୁହୂର୍ତ୍ତରେ ନବରଙ୍ଗପୁର ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ ଓକିଲ । ପୋଲିସ ଘଟଣାରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଶିବୁ ସହିତ ଥିବା ଅନ୍ୟ ତିନି ଜଣ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୧ ଲକ୍ଷ ଟଙ୍କା ଏବଂ ଦୁଇଟି ମୋଟର ସାଇକଲ ସହ ଦୁଇଟି ମୋବାଇଲ ଜବତ ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:ସ୍ଲଗ - ଓକିଲ ଙ୍କୁ ଧମକ ଦେଇ ଗିରଫ
ଫର୍ମାଟ - ଏଭିବି, ୧୭/୦୮/୧୯
ରିପୋର୍ଟ - ତପନ ବିଷୋୟୀ, ନବରଙ୍ଗପୁର
----------------------------------------------------------------
ଆଙ୍କର - ଓକିଲ ଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଓ ଅପହରଣ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ । ନବରଙ୍ଗପୁର ପୋଲିସ ଏହି ଅଭିଯୁକ୍ତ ଙ୍କୁ ଗିରଫ କରିଛି ଏନେଇ ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ଏସପି ନିତିନ କୁସଲକର ସୂଚନା ଦେଇଛନ୍ତି । ଗତ ୪ ତାରିଖ ଦିନ ନବରଙ୍ଗପୁର ସହରର ଓକିଲ ଙ୍କ ମୋଟର ସାଇକଲ ଙ୍କୁ ତାଙ୍କ ଜମି ନିକଟରୁ କେହି ଡକାୟତି କରିନେଇଯାଇଥିଲେ । ପରେ ଶିବୁ ନାମକ ଯୁବକ ଫୋନ ଯୋଗେ ସିନ୍ଧିଗୁଡା ସ୍ଥିତ ଆମ୍ବତୋଟା କୁ ଆସି ମୋଟର ସାଇକଲ ନେଇଯିବାକୁ କହିଥିଲେ । ସେ ମୋଟର ସାଇକଲ ଆଣିବାକୁ ଶିବୁ କହିଥିବା ଆମ୍ବତୁଟା କୁ ଯିବାପରେ ସେଠାରେ ପୂର୍ବରୁ ଶିବୁ ସହ ଆଉ ଦୁଇ ଯୁବକ ଉପସ୍ଥିତ ଥିଲେ ସେମାନଙ୍କ ନିକଟରେ ପିସ୍ତଲ ଥିଲା । ସେମାନେ ତାଙ୍କ ଛାତିରେ ବନ୍ଧୁକ ରଖି ତିନି ଲକ୍ଷ ଟଙ୍କା ଦାବି କରିଥିଲେ ଯଦି ଏ ସମ୍ବନ୍ଧରେ ପୋଲିସ ରେ ସୂଚନା ଦେଲେ ତାକୁ ଅପହରଣ କରି ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ । ପୂର୍ବରୁ ସେମାନେ ନବରଙ୍ଗପୁର ର ବିଶିଷ୍ଟ ବିଜେଡି ନେତା ସୁନୀଲ ସାହୁ ଙ୍କୁ ଅପହରଣ କରିନେଇଥିଲେ ଏବଂ ତାଙ୍କୁ ଅପହରଣ କରାଯାଇ ସୁନୀଲ ଙ୍କ ଠାରୁ ମଧ୍ୟ ଅଧିକ ଭୟଙ୍କର ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ ଓ ଥରେ ଉପରକୁ ଓ ଅନ୍ୟ ଥରେ ତଳକୁ ଏପରି ଦୁଇ ଥର ତାଙ୍କ ନିକଟରେ ଥିବା ବନ୍ଧୁକ ରୁ ବ୍ଲାଙ୍କ ଫାଇରିଂ କରିଥିଲେ । । ସେ ତା ପରଦିନ ଅର୍ଥାତ ୫ ତାରିଖ ଦିନ ଓକିଲଙ୍କୁ ବାରମ୍ବାର ଫୋନ କରି ଭୟଭୀତ କରି ଟଙ୍କା ମାଗିବା ରୁ ଭୟରେ ସେ ଶିବୁ କହିଥିବା ସ୍ଥାନ ସେହି ସିନ୍ଧିଗୁଡା ଆମ୍ବତୋଟା ନିକଟକୁ କହିବାରୁ ସେ ଯୋଗାଡ଼ କରି ୧ ଲକ୍ଷ ୯ ହଜାର ଟଙ୍କା ପ୍ରଦାନ କରିଥିଲେ । ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ନବରଙ୍ଗପୁର ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ । ପୋଲିସ ଘଟଣାରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଶିବୁ ସହିତ ଥିବା ଅନ୍ୟ ତିନି ଜଣ ସହଯୋଗୀ ଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ସହ ୧ ଲକ୍ଷ ଟଙ୍କା ଏବଂ ଦୁଇଟି ମୋଟର ସାଇକଲ ସହ ଦୁଇଟି ମୋବାଇଲ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମୁଖ୍ୟ ଅଭିଯୁକ୍ତ କୁକୁଡ଼ାବାଇ ଗ୍ରାମର ଶିବୁ ଯୋଶୀ, ସିନ୍ଧିଗୁଡା ଗ୍ରାମର କୁର୍ତି ବାସ ହରିଜନ, ଭାଟିଗାଁ ର ମଦନ ନାୟକ, ସିନ୍ଧିଗୁଡା ଗ୍ରାମର କୃଷ୍ଣ ବିଷୋୟୀ ।
ବାଇଟ -୧- ନିତିନ କୁସଲକର (ଏସପି ନବରଙ୍ଗପୁର)Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.