ନବରଙ୍ଗପୁର: ଜିଲ୍ଲା ପାପଡାହାଣ୍ଡି ବ୍ଲକ ନକଟିଗୁଡା ଗ୍ରାମପଞ୍ଚାୟତର ବେତଝରଣ ଓ ମିଞ୍ଜା ଗ୍ରାମରେ ପାଞ୍ଚ ଦିନରେ ୩୦୦ ଏକର ମକା ଚାଷରେ ପୋକ ଲାଗି ନଷ୍ଟ ହୋଇଯାଇଛି । ବେତଝରଣ ଗ୍ରାମର ଚାଷୀ ୫୦୦ ଏକର ମକା ଚାଷ କରିଛନ୍ତି । ରୁଣ ଆଣି ଚାଷ କରିଥିବା ବେଳେ କିପରି ଋଣ ପରିଷଦ କରିବେ ଏନେଇ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛନ୍ତି ଚାଷୀ ।
ଗତ ବୁଧୁବାର ଦିନ ଲେଡା ପୋକ ଲାଗିବାର ଚାଷୀ ଦେଖୀ କୃଷି ଅଧିକାରୀଙ୍କୁ ଜଣାଇ ଥିଲେ । କୃଷି ଅଧିକାରୀ ଶନିବାର ଓ ରବିବାର ଦିନ ଯାଇ ମକା ଚାଷରେ ପୋକ ଲାଗି ଥିବା ଦେଖି ନିରୀକ୍ଷକ କରି ଔଷଧ ରାତ୍ରି ସମୟରେ ସିଞ୍ଚନ କଲେ ଏହାର ପ୍ରତିକାର ହୋଇପାରିବ ବୋଲି କହିଥିଲେ । ନଚେତ କୌଣସି ଔଷଧ କାମଦେବ ନାହିଁ ବୋଲି କହିଥିଲେ । ବର୍ତ୍ତମାନ ମକା ଚାଷ ନଷ୍ଟ ହେଲା ପରେ ଚାଷ ଜମି ଉପେର ଏହାର ପ୍ରଭାବ ପଡିବ ।
ବର୍ତ୍ତମାନ ଚାଷୀ କୂଳରେ ଚିନ୍ତା ଏହି ଲେଡା ପୋକ । ଦିନକୁ ୬୦ ଏକର ମକା ଚାଷ ନଷ୍ଟ କରୁଛନ୍ତି ପାଞ୍ଚ ଦିନରେ ୩୦୦ ଏକର ନଷ୍ଟ ହୋଇଗଲାଣି । ଆଉ ତିନି ଦିନ ମଧ୍ୟରେ ବାକି ୨୦୦ ଏକର ନଷ୍ଟ ହେବାକୁ ବସିଛି । ଚାଷୀ କହୁଛନ୍ତି ଔଷଧ ସିଞ୍ଚନ କଲେ ମଧ୍ୟ କୌଣସି ପ୍ରତିକାର ହେଇପାରୁ ନାହିଁ । ଏହି ମକା ଚାଷ ନଷ୍ଟ ହେବାରୁ ଜିଲ୍ଲାପାଳ, କୃଷି ଅଧିକାରୀ, ତହସିଲଦାର, ବିଡ଼ିଓଙ୍କୁ ମକା ଚାଷୀମାନେ ଲିଖିତ ଅଭିଯୋଗ ଜଣାଇଛନ୍ତି । ସରକାର ଏହା ଉପରେ ତୁରନ୍ତ ନିଷ୍ପତ୍ତି ନେଇ କ୍ଷତି ପୁରଣ ଯୋଗାଇ ଦେବାକୁ ଚାଷୀମାନେ କହିଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ