ETV Bharat / state

ମା’ର ଶେଷ ଇଚ୍ଛା ପୂରଣ କଲେ 3 ଝିଅ, ମନ୍ଦିରକୁ କୋଟିଏରୁ ଅଧିକ ସମ୍ପତ୍ତି କଲେ ଦାନ - ବୈଜନ୍ତିମାଳା ସାହୁ

ମା‘ର ଶେଷ ଇଚ୍ଛାକୁ ପୂରଣ କରିବାକୁ ଯାଇ ନବରଙ୍ଗପୁରରେ ଜଗନ୍ନାଥ ମନ୍ଦିରକୁ କୋଟିଏରୁ ଅଧିକ ସମ୍ପତ୍ତି ଦାନ କଲେ ତିନି ଝିଅ । ଅଧିକ ପଢନ୍ତୁ...

ମା’ର ଶେଷ ଇଚ୍ଛା ପୂରଣ କଲେ 3 ଝିଅ
ମା’ର ଶେଷ ଇଚ୍ଛା ପୂରଣ କଲେ 3 ଝିଅ
author img

By

Published : Dec 16, 2020, 2:21 PM IST

ନବରଙ୍ଗପୁର: ସମ୍ପତ୍ତି ପାଇଁ ସବୁବେଳେ ରକ୍ତ ସମ୍ପର୍କରେ ଝଗଡା ହେଉଥିବାବେଳେ ନବରଙ୍ଗପୁରରେ ଦେଖିବାକୁ ମିଳିଛି ଭିନ୍ନ ଏକ ଦୃଶ୍ୟ । ଜଣେ ମହିଳାଙ୍କ ଇଚ୍ଛା ପୂରଣ ପାଇଁ ପରିବାର ଲୋକେ ପାଖାପାଖି କୋଟିଏ ଟଙ୍କାରୁ ଅଧିକ ସମ୍ପତ୍ତି ଜଗନ୍ନାଥ ମନ୍ଦିରକୁ ଦାନ କରିଥିବା ଦେଖାଦେଇଛି । ଯାହା ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ମା’ର ଶେଷ ଇଚ୍ଛା ପୂରଣ କଲେ 3 ଝିଅ

ନବରଙ୍ଗପୁର ସହର ଭଗବତୀ ସାହିରେ ରାହୁଥବା ଭବାନୀ ସାହୁଙ୍କ ସ୍ତ୍ରୀ ବୈଜନ୍ତିମାଳା ସାହୁଙ୍କ ତିନି ଝିଅ ମାଆଙ୍କ ଶେଷ ସମୟର ଇଛାକୁ ପୂରଣ କରିବାକୁ ଯାଇ 25 ବଖରା ବିଶିଷ୍ଟ 3 ମହଲା କୋଠା ଘର ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି । ଏଥିସହ ମଙ୍ଗଳ ସୂତ୍ର, ରୂପାର ଫରୁଆ, ରୂପାର ବ୍ରତ ପେଡି, ରୂପାର ମଥା ମଣିକୁ ନବରଙ୍ଗପୁର ନିଳକଣ୍ଠେଶ୍ବର ମନ୍ଦିର ଭିତରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି ।

ମାଆ ବୈଜନ୍ତିମାଳାଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଚାହିଁଥିବା ଏହି ଶେଷ ଇଚ୍ଛାକୁ ନେଇ ଗର୍ବ କରିଛନ୍ତି ପରିବାର । ସ୍ବର୍ଗତ ବୈଜନ୍ତିମାଳା ସାହୁଙ୍କର ଚଳିତ ମାସ 2 ତାରିଖ ଦିନ ପରଲୋକ ଘଟିଥିଲା । ବୈଜନ୍ତିମାଳାଙ୍କ ସ୍ବାମୀ ଭବାନୀ ସାହୁ ମଧ୍ୟ ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି ।

ତେବେ ତିନି ଝିଅ ପୁଷ୍ପାଞ୍ଜଳି ସାହୁ, ଗୀତାଞ୍ଜଳି ଶତପଥୀ ଓ ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ବାହାଘର ସରିଛି । ହେଲେ ପୁଅ ନଥିବାରୁ ମାଆ ବୈଜୟନ୍ତୀମାଳା ପ୍ରଭୁ ଜଗନ୍ନାଥଙ୍କୁ ପୁଅ ଭାବେ ଗ୍ରହଣ କରି ଜଗନ୍ନାଥଙ୍କୁ ଭକ୍ତି ଓ ଶ୍ରଦ୍ଧା କରୁଥିଲେ । ଆଉ ଶେଷ ସମୟରେ ବୈଜୟନ୍ତିମାଳା ତାଙ୍କ ସମ୍ପତ୍ତିର ପୁଅର ଭାଗକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିବାକୁ ଚାହିଁଥିଲେ ।

ମାଆଙ୍କ ଏହି ଶେଷ ଇଚ୍ଛାକୁ ପୂରଣ କରିବାକୁ 3 ଝିଅ ମାଆଙ୍କ 14 ଦିନିଆ କାର୍ଯ୍ୟକ୍ରମ ଦିନ ନବରଙ୍ଗପୁର ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ନାଁରେ ଦାନ କରିଛନ୍ତି । ଦାନ କରାଯାଇଥିବା 25 ବଖରା ବିଶିଷ୍ଠ କୋଠା ଘରେ 9 ଟି ପରିବାର ଭଡା ସୂତ୍ରରେ ରହିପାରିବେ ତେଣୁ ଏହାକୁ ଭଡା ଦେଇ ଯାହା ଅର୍ଥ ଆସିବ ସେଥିରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତିରେ ଟଙ୍କାକୁ ବିନିଯୋଗ କରାଯିବ ବୋଲି ରାଜପୁରୋହିତ କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.