ETV Bharat / state

ସାପ୍ତାହିକ ହାଟରେ ଗୋରୁ ବେପାରୀଙ୍କଠୁ ଲୁଟ, ଆକ୍ରମଣ କରି ଲୁଟି ନେଲେ 28 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ସାପ୍ତାହିକ ହାଟରେ ଫିଲ୍ମ ଷ୍ଟାଇଲରେ ଲୁଟ । ଦିନ ଦ୍ଵିପ୍ରହର ଗୋରୁ ବେପାରୀଙ୍କ ଠାରୁ ଲୁଟିନେଲେ ୨୮ ଲକ୍ଷ ଟଙ୍କା । ଅଧିର ପଢନ୍ତୁ

author img

By ETV Bharat Odisha Team

Published : Nov 4, 2023, 8:50 AM IST

ସାପ୍ତାହିକ ହାଟରେ ଗୋରୁ ବେପାରୀଙ୍କ ଠାରୁ ଲୁଟ, ଜଣଙ୍କୁ ଆକ୍ରମଣ

ନବରଙ୍ଗପୁର: ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟରେ ଗତ ଗୁରୁବାର ଦିନ ଦ୍ଵିପହରରେ ଫିଲ୍ମ ଷ୍ଟାଇଲରେ ଗୋରୁ ବେପାରୀଙ୍କ ଠାରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଛି । ଦିନ ପ୍ରାୟ ସାଢେ ୧ଟା ସମୟରେ ବାଇକ ଓ ଅଟୋରେ କଳା ମୁଖା ପିନ୍ଧି ୧୦ରୁ ଊର୍ଦ୍ଧ୍ବ ଲୁଟେରା ହାତରେ ଖଣ୍ଡା, ଭୁଜାଲି, ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଧରି ଆନ୍ଧ୍ରର ଏକ ଗୋରୁ ବେପାରୀ ଠାରୁ ଲୁଟ କରିଛନ୍ତି । ଅଧିକାଂଶ ଲୁଟେରାଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଖବର ପାଇ ଡାବୁଗାଁ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ ଡାବୁଗାଁ ଗୁରୁବାର ସାପ୍ତାହିକ ହାଟରେ ଗୋରୁ କିଣିବା ପାଇଁ ଆନ୍ଧ୍ର ପ୍ରଦେଶ ବିଜୟନଗରମ କତୁ ବାଲସା ଗ୍ରାମର ଗୋରୁ ବେପାରୀ ନାଇଡ଼ୁ ରଙ୍ଗାଲି ୩୩ ଲକ୍ଷାଧିକ ଟଙ୍କା ଧରି ଏକ ବୋଲେରୋ ଯୋଗେ ଡାବୁଗାଁ ଆସିଥିଲେ । ବୋଲେରୋରେ ଡ୍ରାଇଭର ସହ ଅନ୍ୟ 3 ଜଣ ଆସିଥିଲେ । ହାଟରେ ବୋଲେରୋକୁ ଗୋଟିଏ ସ୍ଥାନରେ ରଖି ନାଇଡୁ ଗୋରୁ କ୍ରୟ କରିବା ପାଇଁ ଗାଡିରୁ ଓହ୍ଲାଇ ଥିଲେ । ଗାଡି ମଧ୍ୟରେ ତିନୋଟି ବ୍ୟାଗରେ ୨୮ ଲକ୍ଷ ୬୦ ହଜାର ଟଙ୍କା ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ....ଲୋକଙ୍କ ଆଗରେ ଲୁଟପାଟର ଅଭିନୟ, ମିଛରେ ଟଙ୍କା ବ୍ୟାଗ୍ ଛଡ଼ାଇ ସତରେ ଗିରଫ

ତେବେ ଦିନ ପ୍ରାୟ ସାଢେ଼ 1ଟା ସମୟରେ ହଠାତ୍ ଏକ ଅଟୋରେ ୧୦ରୁ ଊର୍ଦ୍ଧ୍ବ କଳା ମୁଖା ପିନ୍ଧିଥିବା ଲୁଟେରା ହାତରେ ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର ଧରି ବୋଲେରୋ ନିକଟରେ ପହଞ୍ଚି ଥିଲେ । ହଠାତ୍ ବୋଲେରୋର କାଚ ଗୁଡ଼ିକୁ ଭାଙ୍ଗି ଦେଇଥିଲେ । ବୋଲେରୋ ମଧ୍ୟରେ ଥିବା ଟଙ୍କା ଭର୍ତ୍ତି 3 ବ୍ୟାଗକୁ ଲୁଟି ନେଇଥିଲେ । ଏହା ଦେଖି ନବରଙ୍ଗପୁରର ଜଣେ ଗୋରୁ ବେପାରୀ ମେହେବୁବ ସରିଫ ଲୁଟେରା ମାନଙ୍କୁ ପ୍ରତିବାଦ କରିବାକୁ ଚେଷ୍ଟା ଥିଲେ । ହେଲେ ଲୁଟେରାମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାପରେ ବାଇକରେ ୩ ଜଣ ଆସି ଲୁଟ ହୋଇଥିବା ଟଙ୍କା ବ୍ୟାଗକୁ ଧରି ସେଠାରୁ ଫେରା ହୋଇଥଲେ ।

ତେବେ ଅଳ୍ପ ସମୟ ମଧ୍ୟରେ ଫିଲ୍ମ ଷ୍ଟାଇଲରେ ଏହି ଲୁଟ ହୋଇଥିବାରୁ ଲୋକେ ଘଟଣା ସମ୍ପର୍କରେ ଜାଣିବା ପୂର୍ବରୁ ଲୁଟେରା ମାନେ ଲକ୍ଷାଧିକ ଟଙ୍କା ଧରି ଚମ୍ପଟ ମାରିଥିଲେ । ଏନେଇ ଲୁଟର ଶିକାର ହୋଇଥିବା ଆନ୍ଧ୍ର ପ୍ରଦେଶର ଗୋରୁ ବେପାରୀ ନାଇଡୁ ରଙ୍ଗାଲି ଡାବୁଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ଅଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ,ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.