ETV Bharat / state

24 ଘଣ୍ଟାରେ ନବରଙ୍ଗପୁରରୁ 264 କୋରୋନା ପଜିଟିଭ ଚିହ୍ନଟ - ଜିଲ୍ଲା ପ୍ରଶାସନ

ନବରଙ୍ଗପୁର ଜିଲ୍ଲାରେ ଉପରମୁହାଁ କୋରୋନା ସଂକ୍ରମଣ । 24 ଘଣ୍ଟାରେ 264 କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

24 ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାରୁ 264 କୋରୋନା ପଜିଟିଭ ଚିହ୍ନଟ

author img

By

Published : Jun 1, 2021, 7:14 PM IST

ନବରଙ୍ଗପୁର: ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ 264 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମଙ୍ଗଳବାର ନୂଆ ଚିହ୍ନଟ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତ ସଂଖ୍ୟା 20 ହଜାରକୁ ଟପିଛି l ସୋମବାର ଦିନ 205 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମଙ୍ଗଳବାର 264 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଗୋଟିଏ ଦିନରେ 59 ଜଣ ସଂକ୍ରମିତ ସଂଖ୍ୟା ବଢିଛି ।

24 ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାରୁ 264 କୋରୋନା ପଜିଟିଭ ଚିହ୍ନଟ
24 ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାରୁ 264 କୋରୋନା ପଜିଟିଭ ଚିହ୍ନଟ

ଜିଲ୍ଲାରେ ମୋଟ 2,83,667 ଜଣଙ୍କର ସ୍ୱାବ ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ 20,201ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ 17,391 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ମୋଟ 2,658 ସକ୍ରିୟ ସଂକ୍ରମିତ ରହିଥିବା ବେଳେ ସେଥିମଧ୍ୟରୁ 2,470 ଜଣ ନିଜଘରେ ସଙ୍ଗରୋଧରେ ରହିଛନ୍ତି । ଏବଂ ଅନ୍ୟ 188 ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସହିତ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ମଙ୍ଗଳବାର ଚିହ୍ନଟ ହୋଇଥିବା 264 ନୂଆ ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ନନ୍ଦାହାଣ୍ଡି ବ୍ଲକରୁ 57, ଝରିଗାଁ ବ୍ଲକରୁ 32, ପାପଡାହାଣ୍ଡି ବ୍ଲକରୁ 30 ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ତେନ୍ତୁଳିଖୁଣ୍ଟି ବ୍ଲକରୁ 27, ନବରଙ୍ଗପୁର ପୌରାଞ୍ଚଳ ଓ ଉମରକୋଟ ବ୍ଲକରୁ 23 ଜଣ ଲେଖାଏଁ, ଚନ୍ଦାହାଣ୍ଡି ବ୍ଲକରୁ 17, ଉମରକୋଟ ପୌରାଞ୍ଚଳ ଏବଂ ରାଇଘର ଓ କୋଷାଗୁମୁଡା ବ୍ଲକରୁ 13 ଜଣ ଲେଖାଏଁ, ଡାବୁଗାଁ ବ୍ଲକରୁ 10 ଜଣ ଏବଂ ନବରଙ୍ଗପୁର ବ୍ଲକରୁ 6 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.