ETV Bharat / state

ନବରଙ୍ଗପୁରରେ ଆଉ 26ଟି ନୂଆ କୋରୋନା ପଜିଟିଭ ରିପୋର୍ଟ

ଜିଲ୍ଲାରେ ଦିନ କୁ ଦିନ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୩୧୭ କୋରୋନା ସଂକ୍ରମଣ ଚିହ୍ନଟ । ଅଧିକ ପଢନ୍ତୁ...

author img

By

Published : Aug 3, 2020, 4:16 PM IST

ନବରଙ୍ଗପୁରରେ ଆଉ 26ଟି ନୂଆ କୋରୋନା ପଜିଟିଭ ରିପୋର୍ଟ
ନବରଙ୍ଗପୁରରେ ଆଉ 26ଟି ନୂଆ କୋରୋନା ପଜିଟିଭ ରିପୋର୍ଟ

ନବରଙ୍ଗପୁର: ଜିଲ୍ଲାରେ ବ୍ୟାପୁଛି କୋରୋନା ସଂକ୍ରମଣ । ସୋମବାର ପୁଣି ୨୬ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି ।

ସମସ୍ତ ଆକ୍ରାନ୍ତଙ୍କୁ ନବରଙ୍ଗପୁର ସ୍ଥିତ କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଚିହ୍ନଟ ହୋଇଥିବା ଏହି ୨୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତେନ୍ତୁଳିଖୁଣ୍ଟି ବ୍ଲକରୁ ସର୍ବାଧିକ ୧୧ ଜଣ, ନବରଙ୍ଗପୁର ସହରରୁ ୬, ନନ୍ଦାହାଣ୍ଡି ବ୍ଲକରୁ ୨ ଜଣ, ଉମରକୋଟରୁ ୧ ଓ ଝରିଗାଁ ରୁ ୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୧୭ ଜଣ କୋରନାରେ ସଂକ୍ରମିତ ହୋଇ ଥିବା ବେଳେ ସେଥିମଧ୍ଯରୁ ୨୦୨ ଜଣ ସୁସ୍ଥ ହୋଇଛନ୍ତି l ବାକି ୧୧୫ ଜଣ କରୋନା ପଜିଟିଭ ସକ୍ରିୟ ଥିବା ନେଇ ଜିଲ୍ଲାପାଳ ସୁଚନା ଦେଇଛନ୍ତି । ଅପରପକ୍ଷେ କରନା ସଂକ୍ରମଣ କୁ ଦୃଷ୍ଟିରେ ରଖି ନବରଙ୍ଗପୁର କୁ ୩ ଦିନିଆ ସଟଡାଉନ କରାଯାଇଥିଲା । ଆଜି ସଟଡାଉନର ଶେଷ ଦିନ । ଆଜି ରାଖୀ ପୂର୍ଣ୍ଣିମା ହୋଇଥିଲେ ମଧ୍ୟ ନବରଙ୍ଗପୁର ସହର ଖାଁ ଖାଁ ରହିଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.