ETV Bharat / state

ଦିନକରେ ନବରଙ୍ଗପୁରରୁ 207 ଆକ୍ରାନ୍ତ ଚିହ୍ନଟ

author img

By

Published : Apr 22, 2021, 7:43 PM IST

ନବରଙ୍ଗପୁରରୁ ପୁଣି 207 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ସଂକ୍ରମିତଙ୍କୁ ମିଶାଇ 7 ହଜାର ପାର କଲା ପଜିଟିଭ୍ କେସ୍ । ଅଧିକ ପଢନ୍ତୁ...

ଦିନକରେ ନବରଙ୍ଗପୁରରୁ 207 ଆକ୍ରାନ୍ତ ଚିହ୍ନଟ
ଦିନକରେ ନବରଙ୍ଗପୁରରୁ 207 ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରେ କୋରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରଣ ବାହାର ହେବାର ଲାଗିଛି । ଦିନକୁ ଦିନ ରେକର୍ଡ ସଂଖ୍ୟକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି l ଗୁରୁବାର ପୁଣି ସର୍ବାଧିକ 207 ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ସମୁଦାୟ 7 ହଜାର 643ରେ ପହଞ୍ଚିଛି l

ଦିନକରେ ନବରଙ୍ଗପୁରରୁ 207 ଆକ୍ରାନ୍ତ ଚିହ୍ନଟ
ଦିନକରେ ନବରଙ୍ଗପୁରରୁ 207 ଆକ୍ରାନ୍ତ ଚିହ୍ନଟ

ତେବେ ଆଜି(ଗୁରୁବାର)ର ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ରାଇଘର ବ୍ଲକରୁ 57 , ଝରିଗାଁରୁ 56, ଚନ୍ଦାହାଣ୍ଡିରୁ 25, ଉମରକୋଟ ବ୍ଲକରୁ 23 ଜଣ, ଉମରକୋଟ ପୌରାଞ୍ଚଳରୁ 18 ଜଣ ଏବଂ ତେନ୍ତୁଳିଖୁଣ୍ଟିରୁ 10 ଜଣ ଚିହ୍ନଟ ହୋଇ ଥିବାବେଳେ ନନ୍ଦାହାଣ୍ଡିରୁ 5 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 4 ଜଣ ଓ ଡାବୁଗାଁ, ପାପଡାହାଣ୍ଡି ଏବଂ କୋଷାଗୁମୁଡା ବ୍ଲକରୁ 3 ଜଣ ଲେଖାଏଁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 31 ହଜାର 297 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇ ଥିବାବେଳେ ସମୁଦାୟ 7643 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ବର୍ତ୍ତମାନ ସୁଦ୍ଧା 1429 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସେଥି ମଧ୍ୟରୁ 1375 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.