ETV Bharat / state

ନବରଙ୍ଗପୁର ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଦୁଇ ଅଭିଯୁକ୍ତ ଶିକ୍ଷକ ଚାକିରିରୁ ନିଲମ୍ବିତ

author img

By ETV Bharat Odisha Team

Published : Nov 12, 2023, 6:52 AM IST

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ମାମଲା । ଚାକିରିରୁ ନିଲମ୍ବିତ ହେଲେ ଦୁଇ ଅଭିଯୁକ୍ତ ଶିକ୍ଷକ ସଚିନ୍ଦ୍ର ବିଶ୍ୱାସ ଓ କେଶବ ମାଝୀ । ଅଧିକ ପଢନ୍ତୁ

ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ 2 ଶିକ୍ଷକ ନିଲମ୍ବିତ

ନବରଙ୍ଗପୁର: ନିରୀହ ଛାତ୍ରୀଙ୍କ ସହ ପାଶବିକତା ପରେ ଏବେ ଆକ୍ସନ ମୋଡ୍‌ରେ ପ୍ରଶାସନ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଫାଣ୍ଡି ଅଞ୍ଚଳର ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ନିଆଗଲା ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ । ଚାକିରିରୁ ନିଲମ୍ବିତ ହେଲେ ଦୁଇ ଅଭିଯୁକ୍ତ ଶିକ୍ଷକ ସୁରେନ୍ଦ୍ର ବିଶ୍ୱାସ ଓ କେଶବ ମାଝୀ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ ନବରଙ୍ଗପୁର ଜିଲ୍ଲାରେ ଏକ ସ୍ପର୍ଶକାତର ଘଟଣା ଘଟିଥିଲା । ଗତ 7 ତାରିଖ ଦିନ ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳର ଏକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ମିଶି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ପୀଡ଼ିତାଙ୍କ ବାପା ଗୁରୁବାର ଦିନ ଏତଲା ଦେଇଥିଲେ । ଏଭଳି ଘଟଣା ଗୁରୁ-ଶିଷ୍ୟ ସମ୍ପର୍କକୁ କଳଙ୍କିତ କରିବା ସହ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ଏହାମଧ୍ୟ ପଢନ୍ତୁ..Nabarangpur Shocker: ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ, ୨ ଶିକ୍ଷକ ଅଟକ

ସୂଚନା ଅନୁସାରେ, ୭ତାରିଖ ଦିନ ପୀଡ଼ିତାଙ୍କ ସହ ୨ ଜଣ ଶିକ୍ଷକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ଲୋକଲଜ୍ଜା ସହ ମାନସିକ ଆଘାତ ଯୋଗୁଁ ପୀଡ଼ିତା ସ୍କୁଲରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ଘରେ କାହାକୁ କିଛି କହିନଥିଲେ । ତେବେ ୮ ତାରିଖ ସକାଳେ ପ୍ରବଳ ଯନ୍ତ୍ରଣା ହେବାରୁ ପୀଡିତା ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ । ହେଲେ ଦୁଷ୍କର୍ମ ସମ୍ପର୍କରେ ସେ ଆଦୌ ମୁହଁ ଖୋଲି ନଥିଲେ । ତେଣୁ ପରିବାର ଲୋକ ଡାକ୍ତରଖାନାକୁ ନେଇ କିଛି ବ୍ୟଥା ଔଷଧ ଆଣି ଖାଇବାକୁ ଦେଇଥିଲେ । ତେବେ ଯନ୍ତ୍ରଣା ଅସହ୍ୟ ହେବାରୁ ଡାକ୍ତରଖାନା ନିଆଯାଇଥିଲା । ବ୍ୟଥା ଔଷଧ ଖାଇବା ସତ୍ତ୍ବେ ଯନ୍ତ୍ରଣା କମିନଥିବାରୁ କାର୍ଯ୍ୟରତ ନର୍ସଙ୍କ ସନ୍ଦେହ ହୋଇଥିଲା । ଏକୁଟିଆ ପୀଡ଼ିତାଙ୍କ ସହ କଥାବାର୍ତ୍ତା କରିବାରୁ ବହୁ କଷ୍ଟରେ ତାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥିବା କଥା ପ୍ରକାଶ କରିଥିଲେ ପୀଡିତା । ଏହାପରେ ତୁରନ୍ତ ଏହି ବିଷୟରେ ଡାକ୍ତରଙ୍କୁ ଅବଗତ କରାଯିବା ସହ କୁନ୍ଦେଇ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ପୀଡ଼ିତାଙ୍କୁ ନେଇ ପରିବାର ଲୋକେ କୁନ୍ଦେଇ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋକ୍ସୋ ଆଇନରେ ଦୁଷ୍କର୍ମ ମାମଲା ରୁଜ୍ଜୁ ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା ପରେ ଗିରଫ କରାଯାଇଛି । ଅନ୍ୟପଟେ ଜିଲ୍ଲାପାଳଙ୍କ ପକ୍ଷରୁ ଦୁଇ ଶିକ୍ଷକ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଦୁଇଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ଏନେଇ ଜିଲ୍ଲାପାଳଙ୍କ ଚିଠି କରି କେଶବ ମାଝୀ ଓ ସୁଚେନ୍ଦ୍ର ଚନ୍ଦ୍ର ବିଶ୍ୱାସକୁ ନିଲମ୍ବିତ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.