ETV Bharat / state

ନବରଙ୍ଗପୁରରୁ ଆଉ ୧୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ

author img

By

Published : Aug 6, 2020, 3:01 PM IST

Updated : Aug 6, 2020, 3:38 PM IST

ଜିଲ୍ଲାରେ ବଢୁଛି କୋରୋନା ସଂକ୍ରମଣ । ବର୍ତ୍ତମାନ ମୋଟ ୩୫୧ ଜଣ କୋରୋନା ସଂକ୍ରମିତ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ନବରଙ୍ଗପୁରରେ ଆଉ ୧୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ

ନବରଙ୍ଗପୁର: ଆଜି (ଗୁରୁବାର) ଜିଲ୍ଲାରୁ ପୁଣି ୧୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲାର କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ନବରଙ୍ଗପୁରରୁ ଆଉ ୧୬ ନୂଆ କୋରୋନା ସଂକ୍ରମିତ ଚିହ୍ନଟ

ଚିହ୍ନଟ ହୋଇଥିବା ସମସ୍ତ ୧୬ ଜଣ କୋରୋନା ପଜିଟିଭ ମଧ୍ୟରୁ ନବରଙ୍ଗପୁର ମୁନୁସିପାଲିଟିରୁ ସର୍ବାଧିକ ୯ ଜଣ, ଅନ୍ୟ ୭ କୋଷାଗୁମୁଡ଼ା ବ୍ଲକରୁ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୫୧ ଜଣ କୋରୋନାରେ ସଂକ୍ରମିତ ହୋଇଥିବାବେଳେ ସେଥିମଧ୍ଯରୁ ୨୬୯ ଜଣ ସୁସ୍ଥ ହୋଇଛନ୍ତି । ବାକି ୮୫ ଜଣ କୋରୋନା ପଜିଟିଭ ଥିବା ନେଇ ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

ଏହାସହ ଗୁରୁବାର ନବରଙ୍ଗପୁର ଜିଲ୍ଲାରୁ କୋରୋନା ସଂକ୍ରମଣରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲାପାଳ କହିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Aug 6, 2020, 3:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.