ନବରଙ୍ଗପୁର: ଜିଲ୍ଲାରେ ଗତ ଦୁଇ ଦିନ ହେବ କୋରୋନା ଗ୍ରାଫ୍ ତଳମୁହାଁ ହୋଇଛି । ଜିଲ୍ଲାରେ ଦୀର୍ଘ ଦିନର ବ୍ୟବଧାନରେ ଆଜି 200 ତଳକୁ ଖସିଛି ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରେ ବୁଧବାର 200 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି 129 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ କିଛି ମାତ୍ରାରେ ଜିଲ୍ଲାବାସୀଙ୍କୁ ଆଶ୍ୱାସନା ମିଳିଛି ।
ଗୁରୁବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ନନ୍ଦାହାଣ୍ଡି ବ୍ଲକରୁ 24 ଜଣ ସର୍ବାଧିକ ଚିହ୍ନଟ ହୋଇଥିବାବେଳେ ପାପଡାହାଣ୍ଡି ବ୍ଲକରୁ 18, ଉମରକୋଟ ବ୍ଲକରୁ 17, ଝରିଗାଁ ବ୍ଲକରୁ 16, ନବରଙ୍ଗପୁର ପୌରାଞ୍ଚଳରୁ 14, ତେନ୍ତୁଳିଖୁଣ୍ଟି ବ୍ଲକରୁ 11, ଡାବୁଗାଁ ବ୍ଲକରୁ 9, ରାଇଘର ବ୍ଲକରୁ 8, ନବରଙ୍ଗପୁର ବ୍ଲକରୁ 4 ଏବଂ ଚନ୍ଦାହାଣ୍ଡି ଓ କୋଷାଗୁମୁଡା ବ୍ଲକରୁ 3 ଜଣ ଲେଖାଏଁ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l
ଜିଲ୍ଲାର ଆଜକୁ 20 ହଜାର 508 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ 18 ହଜାର 28 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ 2 ହଜାର 326 ଜଣ ସକ୍ରିୟ ସଂକ୍ରମିତ ମାମଲା ରହିଥିବାବେଳେ ସେଥିମଧ୍ୟରୁ 2 ହଜାର 151 ଜଣ ନିଜ ଘରେ ଏକାନ୍ତବାସରେ ରହି ଚିକିତ୍ସା ଜାରି ରଖିଛନ୍ତି l ଜିଲ୍ଲାରେ ସମୁଦାୟ 2 ଲକ୍ଷ 86 ହଜାର 703 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ- 19 ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ